ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ପ୍ରମିଳା

 ବିଞ୍ଝାରପୁର : ଆଗକୁ ବର୍ଷା ଦିନ ରହିବା ଥିବା ବେଳେ ଚାଷୀ ମାନେ ଚାଷ କାର୍ଯ୍ୟ ଆରମ୍ଭ କରିବେ । ତାହାଙ୍କୁ ନଜରରେ ରଖି ବିଧାୟିକା ପ୍ରମିଳା ମଲ୍ଲିକ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହ ଅଂଚଳର ଅନେକ ଗୁଡ଼ିଏ ପ୍ରକଳ୍ପ ବୁଲି ଦେଖିବା ସହ କିପରି ଜଳ ନିଷ୍କାସନ ହେବ ତାହାକୁ ନେଇ ସମୀକ୍ଷା କରିଥଲେ । ମାଂସଡା ପରେ ବରପଦ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଥଲେ । ବିଧାୟିକାଙ୍କ ସହ ବ୍ଳକ୍ ଅଧ୍ୟକ୍ଷା ରଞ୍ଜିତା କୁମାରି ଦାସ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ସୁନାରାମ ସିଂ, ଅଶୋକ ଜେନା, ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର, କ୍ଷୁଦ୍ରଜଳ ସେଚନ ବିଭାଗର ଯନ୍ତ୍ରୀ ମଧୁସ୍ମିତା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।