ମାଡ଼ିଗଲା ହାଇୱା; ଛାତ୍ରୀ ମୃତ, ଜଣେ ଆହତ
ଦାନଗଦୀ: ସାଇକଲରେ ସାଙ୍ଗ ହୋଇ ସ୍କୁଲ ଯାଉଥିଲେ ଦୁଇ ସାଙ୍ଗ । ହେଲେ ଡ଼ୁବୁରୀ ଅଭିମୁଖେ ଯାଉଥିବା ଏକ ହାଇୱା ସ୍କୁଲକୁ ଯାଉଥିବା ଦୁଇସାଙ୍ଗଙ୍କୁ ଧକ୍କା ଦେଇଥିଲା । ହାଇୱା ଧକ୍କାରେ ଦୁଇସାଙ୍ଗ ଧୂଳିଗଡ଼ ଗାଁର ସଞ୍ଜୟ ବାରିକଙ୍କ ଝିଅ ଶ୍ରୀୟା ପ୍ରିୟଦର୍ଶିନୀ (୧୩) ଓ ଗୋପାଳପୁର ଗାଁର ଅମିତାଭ ବେହେରାଙ୍କ ଝିଅ ଅର୍ଚ୍ଚିତା(୧୪)ଙ୍କ ସାଇକଲ ଚକାତଳେ ଚାପି ହୋଇ ଚୁରମାର ହୋଇଯାଇଥିବା ବେଳେ ଜଣେ ଗୁରୁତର ଜଣେ ଆହତ ହୋଇପଡ଼ିଥିଲେ । ଉଭୟଙ୍କୁ ଦାନଗଦୀ ମେଡ଼ିକାଲରେ ଭର୍ତି କରାଯାଇଥିଲା । ତେବେ ଅର୍ଚ୍ଚିତାର ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିସôା ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିସôା ଚାଲିଥିବା ବେଳେ ସନ୍ଧ୍ୟା ସମୟରେ ମୃତୁ୍ୟ ଘଟିଥିଲା । ଖବର ମତେ ଶ୍ରୀୟା ପ୍ରିୟଦର୍ଶିନୀ ଓ ତାର ସହପାଠିନୀ ଅର୍ଚ୍ଚିତା ଦାନଗଦୀ ସ୍ଥିତ ବୁଦ୍ଧରାଜ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠପଢୁଥିବା ବେଳେ ସବୁଦିନ ପରି ଦୁଇଟି ସାଇକେଲରେ ଦାନଗଦୀ ବଜାର ରାସ୍ତା ପାର ହେଉଥିଲେ । ଉକ୍ତ ସମୟରେ ବ୍ୟାସନଗର-ଡ଼ୁବୁରୀ ରାସ୍ତାର ଦାନଗଦୀ ଠାରେ ଦୁଇଜଣ ବିଦ୍ୟାଳୟ ଛାତ୍ରୀ ରାସ୍ତାପାର ହେଉଥିବା ବେଳେ ବାଲିଖାଲି କରି ଯାଉଥିବା ଓଡ଼ି୦୪ଜେ-୪୬୪୧ହାଇୱା ଧକ୍କା ଦେଇଥିଲା । ଫଳରେ ଜଣେ ଛାତ୍ରୀ ଗୁରତର ହୋଇଥିବା ବେଳେ ଆଉଜଣେ ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରି ପାଖରେ ଥିବା ଦାନଗଦୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତେଜନା ଦେଖାଯାଇଥିଲା । ଉତ୍ୟକ୍ତ ଲୋକେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଦମକଳ ଆସି ନିଆଁକୁ ଆୟତ କରିଥିଲା । କିଛି ଘଂଟା ପାଇଁ ରାସ୍ତାରୋକ ହୋଇଥିଲା । ଘଟଣା ସ୍ଥଳରେ ଏସଡିପିଓ ଓ ଦାନଗଦୀ ତହସିଲଦାର, ଥାନା ଅଧିକାରୀ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏବଜାର ଅଂଚଳରେ ଟ୍ରାଫିକ ନିୟତ୍ରଣ ପାଇଁ ଏକ କମିଟି ଗଠନ ହୋଇଥିଲା । କିପରି ବିଦ୍ୟାଳୟ ପୂର୍ବରୁ ହମ୍ପସ ନିର୍ମାଣ ହେବ, ସକାଳ ଓ ଅପରାହ୍ନ ବିଦ୍ୟାଳୟକୁ ପିଲାମାନେ ଯାତାୟାତ ସମୟରେ ଭାରୀଯାନକୁ ପ୍ରବେଶ ନିଷିଦ୍ଧ କରାଯିବ, ଫୁଟ ଓଭରବ୍ରିଜ ନିର୍ମାଣ ହେବ ଆଲୋଚନା ହୋଇଥିଲା । ଯାଜପୁର ଯୁବ ଶ୍ରମିକ ସଂଗଠନର ସଭାପତି ସମୀର କୁମାର ଧିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଶେଷରେ କଟକ ଯାଇ ମୃତା ଅର୍ଚ୍ଚିର୍ତାଙ୍କୁ ରକ୍ତଦାନ କରିଥିଲେ । ହେଲେ ତାଙ୍କ ରକ୍ତଦାନ ବୃଥା ଯାଇଥିଲା । ଦୁର୍ଘଟଣା ପରେ ଦାନଗଦୀ ବଜାର ରାସ୍ତା କାମ କେବେ ସରିବ ଓ ରାସ୍ତା ଉପରକୁ ମାଡି ଆସୁଥିବା ଦୋକାନୀଙ୍କ ପାଇଁ ରାସ୍ତା ଉପରେ ପାର୍କିଂ ପାଇଁ ଯେଉଁ ଭିଡ଼ ହେଉଛି ପ୍ରଶାସନ ତାଉପରେ କେବେ କାର୍ଯାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା ।