ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ବୈଠକ
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଏହି ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆପାର ଆଇ.ଡି.ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ.କ୍ଷୀରୋଦ ଚନ୍ଦ୍ର ବେହେରା, ଲକ୍ଷ୍ମୀଧର ବେହେରା, ତୋଫାନ ଜେନା, ଖଗେଶ ଜେନା, ଗୋବର୍ଦ୍ଧନ ସାହୁ, ରଞ୍ଜନ କୁମାର ସାହୁ, ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ସନ୍ଦୀପ ଦାସ, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ସିଲନ୍ପ୍ରଭା ନାୟକ, ଇତିଶ୍ରୀ ମଲ୍ଲିକ, ନୀତୁ ସାହୁ, ବାଇଧର ସାହୁ, ମନୋରଞ୍ଜନ ବିଶ୍ୱାଳ, ବ୍ରିଜେଶ ବେହେରା ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କର ଏହି ନୂତନ ଯୋଜନାର ସୁଫଳ ବିଷୟରେ ଅଭିଭାବକ ମାନଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଅଧ୍ୟାପକ/ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ ।