ଟ୍ରକ ଧକ୍କାରେ ଯୁବକ ମୃତ
ବିଞ୍ଝାରପୁର : ଏହି ଥାନା ଅନ୍ତର୍ଗତ ମଇଁନ୍ଦା ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଅରେଇ ପଂଚାୟତର ପୂର୍ବତନ ସରପଂଚ ଗୋବିନ୍ଦ ପରିଡ଼ାଙ୍କ ସାନ ପୁଅ ଅବିନାଶ(୪୫) ହୋଇଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମେଡ଼ିକାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଛି । ମୃତ ଯୁବକ ବିଞ୍ଝାରପୁର ପଶୁ ଚିକିତ୍ସାଳୟ ଅଧିନରେ ଗୋସେବକ ଭାବେ କାର୍ଯ୍ୟ କରୁଥିଲେ ।