ମା' କନିକେଶ୍ୱରୀ ଦୁର୍ଗାଙ୍କ ନବରାତ୍ରି ପୂଜା

ରାଜକନିକା : ରାଜକନିକା ଅଶୋକ ବଜାର ସ୍ଥିତ ମା’କନିକେଶ୍ୱରୀ ଦୁର୍ଗାଙ୍କ ପୀଠରେ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଦିନ ମାଙ୍କ କଳସ ଯାତ୍ରା, ପୀଠ ସ୍ଥାପନ, ପୂଜାରମ୍ଭ ପାର୍ବତୀ ନାମ ଅଗ୍ନୀ ସ୍ଥାପନ, ପୀଠପୂଜା, ଅନ୍ୟାନ୍ୟ ବିହିତ ପୂଜା ଓ ଚଣ୍ଡୀପାଠ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଧୁମଧାମରେ ଚାଲିବ ସହିତ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ପାଲା,ଭଜନ ସନ୍ଧ୍ୟା,ଯାତ୍ରା ଓ ପୌରାଣିକ ନାଟକ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିବ ବୋଲି ଅନୁଷ୍ଠାନର ସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡା ଓ ସମ୍ପାଦକ କପିଳେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।ତେବେଏଠାରେ ଆଜକୁ ପ୍ରୟ ୬୬ବର୍ଷ ହେବ ମା’ଙ୍କ ପୂଜା ମହାସମାରୋହ ରେ ଶାନ୍ତି ଶୃଙ୍ଖଳାସହ ହୋଇଆସୁଛି ।