ମା' ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା'
ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋସôବ ନବମୀ ତିଥିରେ ସକାଳୁ ସୂର୍ଯ୍ୟପୂଜା ପରେ ମା' ନଗର ପରିକ୍ରମା ବାହାରିଥିଲେ । ଗ୍ରାମର ସମସ୍ତ ଦେବଦେବୀ ସହ ଭେଟ ହୋଇ ମା ବଡ଼ଭଉଣୀ ଗଡ଼ ବଘେଇ ପାଖକୁ ଯାଇଥିଲେ । ସେଠାରେ ଗଡବଘେଇ କମିଟିର ମୁଖ୍ୟ ଲୁସେନ ରାୟ, ବାବୁଲା ଛୋଟରାୟ ସମେତ କମିଟିର ସବୁ ସଭ୍ୟ ମା'ଙ୍କ ସାଥିରେ ଆସିଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ପାଛୋଟି ନେଇଥିଲେ । ପଣା ପାଣି ମାଧ୍ୟାହ୍ନ ପ୍ରସାଦ ସେବନ ସହିତ ସନ୍ଧ୍ୟା ଆଳତି ଆୟୋଜନ କରିଥିଲେ । ନୀଳମାଧବ ଦୃଷ୍ଟିହୀନ ଭଜନ ସମାରୋହ ଦ୍ୱାରା ଭଜନ ପରିବେଷଣ ଏକ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିଲା । ଦିନ ତମାମ ଭକ୍ତଙ୍କ ପୂଜାଚର୍ଚ୍ଚା ଚାଲିଥିଲା । ସନ୍ଧ୍ୟାରେ ମା' ନିଜ ମନ୍ଦିରକୁ ଫେରି ସନ୍ଧ୍ୟାରେ ମହାସ୍ନାନ ପରେ ବେଶ କରାଯାଇଥିଲା । ମା' ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଥିଲେ । ଷୋଡଶ ଉପଚାର ପୂଜା, ଶପ୍ତ ସତୀ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ସିଦ୍ଧିଦାତ୍ରୀ ବେଶରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ ଦେଇଥିଲେ । ଆସନ୍ତାକାଲି ବିଶ୍ରାମ ଦିବସ, ସୋମବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପରେ ସମୂହ ପ୍ରସାଦସେବନ ଆୟୋଜନ କରାଯିବ ବୋଲି ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲ ଡି ମହାନ୍ତି, ଅଶୋକ ଦାସ, ପବିତ୍ର ମୋହନ ରଣସିଂହ, ପୂର୍ଣଚନ୍ଦ୍ର ସାହାଣୀ, ବିନୋଦ ଦାସ, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଶଶିକାନ୍ତ ମହାପାତ୍ର, ନାଗଭୂଷଣ ରାୟ, ସୁଶାନ୍ତ ମହାପାତ୍ର ନିତ୍ୟସେବକ ବିକାଶ ବେହେରା, ଆଡ଼ଭୋକେଟ ସୁରେଶ ଚନ୍ଦ୍ର ମିଶ୍ର, ଦିପୁ ପାଲ, ବିବେକ ଦଳେଇ, ଜଗରନାଥ ବାରିକ ସମେତ ଗ୍ରାମବାସୀଙ୍କ ସହଯୋଗରେ ସମାପନ ହୋଇଥିଲା ।