ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୧ା୧୨ : ଯୁବତୀଙ୍କୁ ଜାଲରେ ଫସାଇ ପ୍ରଥମେ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ । ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ବେଳେ ଅଭିଯୋଗକାରିଣୀ ପ୍ରତିବାଦ କରିବାରୁ ଯୁବତୀଙ୍କୁ ଆକ୍ରମଣ ସହ ହତ୍ୟା ଧମକ । ଏନେଇ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲାର କାର୍ତ୍ତିକେଶ୍ୱର ନାୟକ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ପୀଡ଼ିତା ଜଣଙ୍କ ଚନ୍ଦ୍ରଶେଖରପୁର ଥାନା ଅଧିନ ନିଳାଦ୍ରୀବିହାର ସ୍ଥିତ ତାଙ୍କ ଭଉଣୀ ଘରେ ରହୁଥିବା ସମୟରେ ଅଭିଯୁକ୍ତ କାର୍ତ୍ତିକେଶ୍ୱର ନାୟକଙ୍କ ସହ ଯୋଗାଯୋଗରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ଓ ପରେ ପରସ୍ପରଙ୍କୁ ଭଲ ପାଇ ବସିଥିଲେ । ଏହାର ଫାଇଦା ଉଠାଇ ଅଭିଯୁକ୍ତ କାର୍ତ୍ତିକ ଗତ ୪ ବର୍ଷ ହେବ ବିବାହର ମିଥ୍ୟ ପ୍ରତିଶୃତି ଦେଇ ପୀଡ଼ିତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିଲେ । ହେଲେ ଗତ କିଛିଦିନ ପୂର୍ବରୁ ଅଭିଯୁକ୍ତ କାର୍ତ୍ତିକ ପୁଣି ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ କରିବାକୁ ଯାଉଥିବା ଜାଣିବା ପରେ ପୀଡ଼ିତା ଏନେଇ ଅଭିଯୁକ୍ତ କାର୍ତ୍ତିକଙ୍କୁ ଏହି ବିଷୟରେ ପଚାରିଥିଲେ । ଏହି ସମୟରେ କାର୍ତ୍ତିକ ପୀଡ଼ିତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ଏନେଇ ବାଧ୍ୟ ହୋଇ ପୀଡ଼ିତା ମହିଳା ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମହିଳା ଥାନା ପୁଲିସ ୨୦୨ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପରେ ଦଫା, ୬୯/୨୯୬/୧୧୫(୨)/୩(୫) ବିଏନ୍ଏସ୍ ପରେ ୬୯/୨୯୬/୧୧୫(୨) ବିଏନ୍ଏସ୍ରେ କୋର୍ଟ ଚାଲାଣ କରାଯାଇଛି ।