ମଦ ଦୋକାନ ବନ୍ଦ କରି ନିଦ୍ରାରେ ଅବକାରୀ ; ନିର୍ବାଚନ ବେଳେ ଭାସିଲା ମଦ

ଭୁବନେଶ୍ୱର, ୨୫ା୫ : ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ଗୁରୁବାର ଠାରୁ ଭୁବନେଶ୍ୱରରେ ସମସ୍ତ ମଦ ଦୋକାନ ଓ ବାର ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ରବିବାର ସକାଳ ୧୦ଟା ବେଳେ ଯାଇ ଦୋକାନ ସବୁ ଖୋଲିବ । ଏହି ନିୟମ ନ ମାନିଲେ ସମ୍ପୃକ୍ତ ଦୋକାନ କିମ୍ବା ବାର ମାନଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଥିଲା । ହେଲେ ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରି ନିଦ୍ରାରେ ଅବକାରୀ ବିଭାଗ । ରାଜଧାନରରେ ମାଲେମାଲ କଳା ମଦ ବେପାରୀ । ୩ ଦିନରେ ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳ ଓ ବସ୍ତିରେ ଭାସିଲା ମଦ । ଲୋକେ ନିପ୍ ପିଛା ୩୦୦ ଟଙ୍କା ଦେଇ କଳା ବେପାରୀଙ୍କ ଠାରୁ ମଦ ଆଣିଥିବା କିଛି ମଦୁଆଙ୍କ ସୂଚନା । ଯାହାକୁ ନେଇ ଆକ୍ସନ ମୋଡରେ କମିଶନରେଟ୍ ପୁଲିସ । ନିଜର ନିର୍ବାଚନ ଡିୟୁଟି କରିବା ସହ ବିଭିନ୍ନ ବସ୍ତି ଓ ଅଞ୍ଚଳରେ ଚଢ଼ାଉ କରି ପୂର୍ବ ଦିନ ମଦ ଦୋକାନରୁ ଲକ୍ଷ ଲକ୍ଷ ଟଙ୍କାର ମଦ କିଣି ଗୁରୁବାର, ଶୁକ୍ରବାର ଓ ଶନିବାର ଦିନରେ ଓ ରାତିରେ ଚୋରାରେ ବିକ୍ରି କରୁଥିବା ଖବର ପାଇ କିଛି କଳା ମଦ ବେପାରୀଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ସେମାନଙ୍କ ଠାରୁ ୧ ଲକ୍ଷ ଟଙ୍କାର ମଦ ଜବତ କରାଯାଇଛି । ସେହିଭଳି ଶନିବାର ରାଜଧାନୀରେ ନିର୍ବାଚନ ଥିବାରୁ ଭରତପୁର ଥାନା ଅଧିନ ଖଣ୍ଡଗିରି ବାରିର ଜଣେ କଳା ମଦ ବେପାରୀ ଲୋକଙ୍କୁ ରାତିରେ ଚଢ଼ା ଦରରେ ମଦ ବିକ୍ରି କରୁଥିବା ବେଳେ ଭରତପୁର ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ମାଡି ବସିଲା ଥାନାର ସ୍ପେଶାଲ ଟିମ । କଳା ବେପାରୀ ଠାରୁ ପୁଲିସ ୫୩.୯୮୦ ଲିଟର ବିଦେଶୀ ମଦ । ଗିରଫ ଅଭିଯୁକ୍ତ ହେଲା, ଭରତପୁର ଥାନା ଅଧିନ ଖଣ୍ଡଗିରି ବାରିର ଅଜୟ କୁମାର ପୃଷ୍ଟି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟଯେ, ନିର୍ବାଚନ ପାଇଁ ରାଜଧାନୀରେ ଗତ ୩ ଦିନ ହେବ ସବୁଆଡେ ମଦ ଦୋକାନ ବନ୍ଦ ରହିଥିବା ବେଳେ ଶୁକ୍ରବାର ରାତିରେ ଖଣ୍ଡଗିରି ବାରିର ଜଣେ ଚୋରା ମଦ ବେପାରୀ ଘାଟିକିଆ ଘାଗୁଡ଼ି ଛକ ନିକଟରେ ଲୋକଙ୍କୁ ଚଢ଼ା ଦରରେ ଚୋରା ମଦ ବିକ୍ରି କରୁଥିଲା । ଏହି ସମୟରେ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଠ ମିଶ୍ର ବିଶେଷ ଶୁତ୍ରରୁ ଖବର ପାଇ ଥାନାର ପେଟ୍ରୋଲିଂ ଟିମକୁ ଖବର ଦେଇଥିଲେ । ଥାନା ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ପାଟ୍ରୋଲିଂ ଟିମ ଅଚାନକ ଘାଗୁଡ଼ି ଛକରେ ଚଢ଼ାଉ କରି କଳା ବେପାରୀକୁ କାବୁ କରିବା ସହ ତାଠାରୁ ୧ ଲକ୍ଷ ଟଙ୍କାର ବିଭିନ୍ନ ବ୍ରାଣ୍ଡର ମଦ ଜବତ କରାଯାଇଛି । ସେହିଭଳି ବିଭିନ୍ନ ଥାନା ପୁଲିସ ମଧ୍ୟ ନିଜ ନିଜ ଅଞ୍ଚଳରୁ ବହୁ ମଦ ବେପାରୀଙ୍କୁ ଗିରଫ କରିବା ସହ ବହୁ ଚୋରା ମଦ ଜବତ କରିଛନ୍ତି । ହେଲେ ଏହି ସମୟରେ ଅବକାରୀ ବିଭାଗ ଟିମ ଦୋକାନ ବନ୍ଦ କରି ୩ ଦିନ ନିଦ୍ରାରେ ।