ମିଥ୍ୟା ମକଦ୍ଦମା ସର୍ମ୍ପକରେ ଏସପିଙ୍କୁ ଅଭିଯୋଗ

 ପାଣିକୋଇଲି : ସୁକିନ୍ଦା ଥାନା ମୂଳଖମ୍ବ ଗ୍ରାମର ସମାଜିକ କର୍ମୀ ବିଶ୍ୱନାଥ ପାତ୍ରଙ୍କୁ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ ହେବା ଘଟଣାରେ ସୁକିନ୍ଦା ଥାନାରେ ମାମଲା ରୁଜ୍ଜୁ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବାରୁ ଶେଷରେ ସପରିବାରେ ଧାରଣା ଦେବାକୁ ପଡିଥିଲା । ଏମିତିକି ତାର ପରିବାର ଓ ଘରେ ଥିବା ତିନି ବଖରା ଚାଳଘର, ପୋଖରୀ, ଛତୁଚାଷ ଭାଙ୍ଗି ସମସ୍ତ ଜିନିଷ ପତ୍ର ଲୁଟି ନେବା ପରେ ସେମାନେ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ଏମିତିକି ବିଶ୍ୱନାଥଙ୍କ ଚରିତ୍ରକୁ ସଂହାର କରି ବିଭିନ୍ନ ସମାଜିକ ଗଣମାଧ୍ୟମରେ ବିଭିନ୍ନ ଆଶଳୀନ ପୋଷ୍ଟ କରୁଛନ୍ତି । ତାଙ୍କ ମାନସିକ ଚାପ ଦେବାପାଇଁ ବିଭିନ୍ନ ମିଥ୍ୟା ମକଦ୍ଦମା କରାଉଛନ୍ତି । ବିଶ୍ୱନାଥ ଘରେ ନଥିବା ସମୟରେ ବି ତାଙ୍କ ନାମରେ ମକଦ୍ଦମା କରାଯାଉଛି । ଏହି ସବୁ ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଶ୍ୱନାଥ ଓ ତାଙ୍କ ମାଆ ସଚି ପାତ୍ର ଏସପିଙ୍କ ନିକଟରେ ଦାବି କରିଛନ୍ତି । ଏଥି ସହିତ ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଓ ତାଙ୍କ ସହଯୋଗୀଙ୍କ କଲ ରେକର୍ଡ ଯାଂଚ କରିବାକୁ ମଧ୍ୟ ବିଶ୍ୱନାଥ ଦାବି କରଇଛନ୍ତି । ଏପରିକି ବାରମ୍ବାର ମିଥ୍ୟା ମାମଲା ହେବାରୁ ଶ୍ରୀ ପାତ୍ର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବାକୁ ନିଷ୍ପତି ନେଇଥିଲେ । ଏସପି ୟସ ପ୍ରତାପ ଶ୍ରୀମଲ ଏହାକୁ ଗୁରୁତ୍ୱ ସହକାରେ ନେଇ ତଦନ୍ତ ପ୍ରକ୍ରିୟାକୁ ନିରପେକ୍ଷ କରିବାକୁ ପ୍ରତିଶୃତି ଦେଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।