ଆଶାକର୍ମୀଙ୍କୁ ହତ୍ୟା ଧମକ, ଝିଅକୁ ଆକ୍ରମଣ

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତହଁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଶାକର୍ମୀଙ୍କୁ ହତ୍ୟା ଧମକ ଦେବା ସହ ଝିଅକୁ ଛୁରୀରେ ଆକ୍ରମଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର-  ୪୪୮/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ମଙ୍ଗଳବାର ସକାଳେ ସ୍ଥାନୀୟ ଥାନା ତହଁର ଗ୍ରାମର ଆଶାକର୍ମୀ ବିନଦିନି ମୁନି (୫୧) ଗ୍ରାମରେ ଆୟୁଷ୍ମାନ କାର୍ଡ ବାଣ୍ଟିବାକୁ ଯାଉଥିଲେ । ସେହି ସମୟରେ ସେହି ଗ୍ରାମର ରମେଶ ଆପଟ ମଦ୍ୟପାନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ଖବର ଶୁଣି ମହିଳାଙ୍କ ଝିଅ ପ୍ରତିମା ମୁନି (୨୮) ଘଟଣା ସ୍ଥଳକୁ ଆସି ରମେଶଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରମେଶ ଧରିଥିବା ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଏହାକୁ ନେଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ଆକ୍ରମଣକାରୀ ରମେଶଙ୍କୁ ଗିରଫ୍କରାଯିବ ବୋଲି  ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।