ମୀନତିଙ୍କୁ ମିଳିଲା ନ୍ୟାୟ ପାଇଲେ ଜାତିଗତ ପ୍ରମାଣପତ୍ର
ବନ୍ତ : ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ତୁଣ୍ଡା ଗ୍ରାମର କୁସୁନ ମୁଣ୍ଡାଙ୍କ ଝିଅ ମିନତୀ ମୁଣ୍ଡାଙ୍କୁ ନ୍ୟାୟ ମିଳିଛି । ଝିଅର ଚାକିରି ପାଇଁ ଜାତିଗତ ପ୍ରମାଣ ପତ୍ର ଆବଶ୍ୟକ ଥିବାରୁ ୪ ମାସ ମଧ୍ୟରେ ୩ ଥର ଅନ୍ଲାଇନରେ ଆବେଦନ କରି ପ୍ରମାଣପତ୍ର ପାଇପାରୁନଥିଲେ । ଶେଷରେ ଜିଲାପାଳଙ୍କ ଠାରେ ଅଭିଯୋଗ କରିବା ସହିତ ୨୩ତାରିଖରେ ତହସିଲ ଅଫିସ ସମ୍ମୁଖରେ ଧାରଣା ବୋଲି ଗତ ୨୧ ତାରିଖରେ ଗଣମାଧ୍ୟମ ଆଗରେ କହିଥିଲେ । ଶେଷରେ ଧାରଣା ଦେବାପୂର୍ବରୁ ତାଙ୍କୁ ଜାତିଗତ ପ୍ରମାଣ ପତ୍ରତହସିଲ ପକ୍ଷରୁ ମିଳିଥୁବା ଜଣାଯାଇଛି । ପ୍ରକାଶ ଯେ, ଝିଅର ଚାକିରି ପାଇଁ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ଗତ ୪ ମାସ ମଧ୍ୟରେ କୁସୁନମୁଣ୍ଡାଙ୍କ ଝିଅ ମିନତୀ ମୁଣ୍ଡା ଅନ୍ଲାଇନରେ ୩ ଥର ଆବେଦନକରିଥିଲେ । ଆବେଦନ ବେଳେ କୁସୁନଙ୍କ ଜେଜେ ବାପା ନାଥ ମୁଣ୍ଡାଙ୍କନାମରେ ଉକ୍ତ ମୌଜାରେ ଥିବା ଘରବାଡି ପଟ୍ଟା ପ୍ରଦାନ କରାଯାଇଥିଲା । ମାତ୍ର ଉକ୍ତ ପଟ୍ଟାରେ ଜାତି ସମ୍ପର୍କରେ କୌଣସି ଉଲ୍ଲେଖ ନଥିବାରୁ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉ ନଥିଲା । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ସାମାଜିକ ଗଣମାଧ୍ୟମରେ ଖବରପ୍ରକାଶ ପାଇଥିଲା । ଗତ ୨୩ ତାରିଖରେ ମିନତୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।