ଅଷ୍ଟଶମ୍ଭୁ ବିଦ୍ୟାପୀଠରୁ ଚୋରି  

ରାଜନଗର : ରାଜନଗର ବ୍ଲକ କୁରୁଂଟି ପଞ୍ଚାୟତ ଚନ୍ଦ୍ରଶିଖରସ୍ଥିତ ଅଷ୍ଟଶମ୍ଭୁ ସଂସ୍କୃତ ବିଦ୍ୟାପୀଠରେ ଚୋରୀ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ପଛପଟ କବାଟ ଭାଙ୍ଗି କମ୍ପୁଟର ହାର୍ଡଡିସ୍କ ଦୁବୁର୍ତ୍ତ ନେଇଯାଇଛନ୍ତି । ଦୁଇଟି ସ୍ମାର୍ଟ ବୋର୍ଡ ଖୋଲି ତଳେ ରଖିଥିଲେ ମଧ୍ୟ ନେଇ ପାରିନାହାନ୍ତି । ପ୍ରେସର କୁକର, ଅନ୍ୟାନ୍ୟ ଜିନିଷପତ୍ର ଫୋପାଡି ଦେଇଥିବା ନେଇ ଅନୁଷ୍ଠାନର ପ୍ରଧାନ ପଣ୍ଡିତ କୃଷ୍ଣଚନ୍ଦ୍ର ଷଡଙ୍ଗୀ ଅଭିଯୋଗ କରିଥିଲେ । ଏସ୍ଆଇ ସୌମ୍ୟରଞ୍ଜନ ଜାଲି ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଛନ୍ତି । ଘଟଣାର ଅନୁଧ୍ୟାନ ପାଇଁ ସାଇଁଟିଫିକ୍ ଟିମ୍ ଆସିବ ବୋଲି ଆଇଆଇସି ନରେଶ ସାହୁ ସୂଚନା ଦେଇଛନ୍ତି ।