ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା, ଗୋବିନ୍ଦପୁର ଚାମ୍ପିଅନ 


 ଏରସମା: ଏରସମା  ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏବଂ ଏରସମା ଗ୍ରାମ୍ୟ କମିଟିର ମିଳିତ ଆନୁକୁଲ୍ୟରେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗୀତା ସ୍ଥାନୀୟ ଏରସମା ଦୋଳ ମେଲଣ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ରଜନୀରେ ବରିଷ୍ଠ ନିଦେ୍ର୍ଦଶକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି(ଝାଟୁ ସାର୍)ଙ୍କ ବଳିଷ୍ଠ ନିଦେ୍ର୍ଦଶନାରେ ନାଟକ ଅସତୀ ତୁଳସୀ ସତୀ ଚଉଁରା, ଦ୍ୱିତୀୟ ରଜନୀରେ ନଟବର ବାରିକଙ୍କ ନିଦେ୍ର୍ଦଶିତ ନାଟକ ମଝି ନଈରେ ମୋ ଜୀବନ ଡଙ୍ଗା, ତୃତୀୟ ରଜନୀରେ ଯୁବ ନିଦେ୍ର୍ଦଶକ ରଞ୍ଜନ ବର୍ଦ୍ଧନଙ୍କ ନିଦେ୍ର୍ଦଶିତ ନାଟକ ଆସିଛି ଏକା ଯିବି ମୁଁ ଏକା ଏବଂ ଚତୁର୍ଥରେ ଯାତ୍ରା ନିଦେ୍ର୍ଦଶକ ଅମୂଲ୍ୟ ବିଶ୍ୱାଳ(ବାବୁଲି ସାର୍)ଙ୍କ  ନିଦେ୍ର୍ଦଶିତ ନାଟକ କାହାଣୀ ଲାଗୁଛି ନୂଆ ନାଟକ ମଞ୍ଚସ୍ଥ ହୋଇଥିଲା । ଏଥିରେ ମା ମଙ୍ଗଳା ପପି ୟଙ୍ଗ ଷ୍ଟାର, ଗୋବିନ୍ଦପୁରର ନାଟକ ଆସିଛି ଏକା ଯିବି ମୁଁ ଏକା ·ମ୍ପିଅନ ହୋଇଥିବା ବେଳେ ବାବା କାର୍ତ୍ତିକେଶ୍ୱର ପୋଲାଙ୍ଗ - ଭୂୟାଁପାଳ ଡ୍ରାମାଟିକ କ୍ଳବ୍,ଗଡକୁଜଙ୍ଗର ନାଟକ ମଝି ନଈରେ ମୋ ଜୀବନ ଡଙ୍ଗା ରନର୍ସଅପ ହୋଇଥିଲା । ଶ୍ରେଷ୍ଠ ନିଦେ୍ର୍ଦଶକ ଓ ଶ୍ରେଷ୍ଠ ନାୟକ ଭାବରେ ନିଦେ୍ର୍ଦଶକ ରଞ୍ଜନ ବର୍ଦ୍ଧନ ସମ୍ମାନିତ ହୋଇଥିଲା ବେଳେ ଗୋବିନ୍ଦପୁରର ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ କୈଳାସ ପରିଡ଼ାଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ମମତା ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ ଚରିତ୍ର ଅଭିନେତା ଭାବେ ନୃସିଂହ ଦାସ (ବାବୁ), ଶ୍ରେଷ୍ଠ ନାୟକ ଭାବେ ରଞ୍ଜନ ବର୍ଦ୍ଧନ, ଶ୍ରେଷ୍ଠ ନାୟିକା ଭାବେ ବି. ମଧୁସ୍ମିତା,ଶ୍ରେଷ୍ଠପାର୍ଶ୍ୱ ନାୟକ ଭାବେ ପ୍ରଭଞ୍ଜନ ମାଝୀ (ପପିନି), ଶ୍ରେଷ୍ଠ ପାଶ୍ୱର୍ ନାୟିକା ଭାବେ ସୋନାଲି ପାତ୍ର, ଶ୍ରେଷ୍ଠ ଖଳନାୟିକା ଭାବେ ଦୀପାସାହୁ, ଶ୍ରେଷ୍ଠ ଯୁବ ହାସ୍ୟ ରସିକ ଭାବେ ସୁଶାନ୍ତ ନାୟକ (ପାପୁନି), ଶ୍ରେଷ୍ଠ ସଙ୍ଗୀତ, ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ଜିତେନ୍ଦ୍ର ପ୍ରଧାନ ଓ ରାନି,ଶ୍ରେଷ୍ଠ ନୃତ୍ୟ ଭାବେ ସ୍ୱାଧୀନ ଡାନ୍ସଗ୍ରୁପ୍, କୁଜଙ୍ଗ ପୁରସ୍କୃତ ହୋଇଥିଲା ବେଳେ ପୋଲାଙ୍ଗ - ଭୂୟାଁପାଳ, ଗଡ଼କୁଜଙ୍ଗ ଦଳର ଶ୍ରେଷ୍ଠ ଖଳନାୟକ ଭାବେ ସନ୍ତୋଷ ସାହୁ (ଅରୁ), ଶ୍ରେଷ୍ଠ ପାଶ୍ୱର୍ ଖଳନାୟକ ଭାବେ ରଞ୍ଜିତ ସାର୍, ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବରେ ନିମାଇଁ ବେହେରା ଏବଂ ଶ୍ରେଷ୍ଠ ନାରୀ ହାସ୍ୟ ଅଭିନେତ୍ରୀ ଭାବରେ ପୂର୍ଣ୍ଣିମା ପୁରସ୍କୃତ ହୋଇଥିଲେ ।