ମହିଳା ହିଂସା ବିରୋଧୀ ସଚେତନତା କାର୍ଯ୍ୟକ୍ରମ
ଢେଙ୍କାନାଳ: ସଖୀ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହାୟତାରେ ଆୟୋଜିତ ୧୬ ଦିନିଆ ମହିଳା ହିଂସା ବିରୋଧୀ ସଚେତନତା କାର୍ଯ୍ୟକ୍ରମର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଲିଙ୍ଗଗତ ଅସମାନତା ଓ ହିଂସାକୁ ଦୂର କରିବା ସହ ସମାଜରେ ସଚେତନତା ଆଣିବାପାଇଁ ପ୍ରୟାସ ଜାରି ରଖିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁଷମା ପ୍ରଧାନ, ଡିଏସ୍ପି ଢେଙ୍କାନଳ ମହିଳା ହିଂସାର ଅସୁବିଧା ଓ ଏହାର ନିରାକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ । ତାଲିମଦାତା ପ୍ରଶାନ୍ତ କୁମାର ଦାସ ଲିଙ୍ଗଗତ ହିଂସା, ସମାଜରେ ଏହାର କୁପ୍ରଭାବ ଓ ଏହାକୁ ଦୂର କରିବାର ଉପାୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସାମୁହିକ ଶପଥପାଠ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ବ୍ୟକ୍ତିମାନେ ମହିଳା ସୁରକ୍ଷା ଓ ହିଂସାମୁକ୍ତ ସମାଜ ଗଢ଼ି ତୋଳିବା ପାଇଁ ଦୃଢ଼ ସମର୍ଥନ ଦେଇଥିଲେ । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା ।