ସିପିଏଡ୍ ପରୀକ୍ଷା ଫଳ ପ୍ରକାଶିତ
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚାଳିତ ସିପିଏଡ୍ ପରୀକ୍ଷା-୨୦୨୫ର ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଚଳିତ ବର୍ଷ ପାସ ହାର ୧୦୦% ରହିଛି ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ସିପିଏଡ୍ ପରୀକ୍ଷା-୨୦୨୫ ଗତ ୫ ମେରୁ ୯ ମେ ଯାଏ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୨ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଜି ପ୍ରକାଶ ପାଇଥିବା ଏହି ପରୀକ୍ଷାରେ ପାସ୍ ହାର ୧୦୦% ଅର୍ଥାତ ପରୀକ୍ଷା ଦେଇଥିବା ସମସ୍ତ ୧୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ କରିଛନ୍ତି ବୋଲି ବୋର୍ଡ଼ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି ।