ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନୀଳଗିରି, ୨୧ା୧୦: ଅଖିଳଭାରତ କୃଷକସଭା ନୀଳଗିରି ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଏକ ୭ଦଫା ସମ୍ବଳିତ ଦାବିପତ୍ର ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଜନବସତିକୁ ବାଦଦେଇ ଇକୋ ସେନସିଟିଭ ଜୋନକୁ କୁଳଡିହା ଅଭୟାରଣ୍ୟ ମଧ୍ୟରେ ସୀମିତ ରଖିବା, ଅଭୟାରଣ୍ୟର ପାଦଦେଶକୁ ସୌରବାଡ଼ ବସାଇବା ପାଇଁ ମଂଜୁରହୋଇ ପଡ଼ି ରହିଥିବା ଅର୍ଥରାଶିରେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା, ହାତୀ କରିଡ଼ର ନାମରେ ପାଖ ଅଞ୍ଚଳର ବିକାଶ ମୂଳକ ଯୋଜନାକୁ ବାଧା ସୃଷ୍ଟି କରାନଯିବା, ଗତ ୨୦୨୩ ଆର୍ଥିକ ବର୍ଷରେ ମରୁଡି ଭାବେ ଘୋଷଣା ହୋଇଥିବା ପଞ୍ଚାୟତମାନଙ୍କରେ ତୁରନ୍ତ ଇନସୁରାନ୍ସ ଇନପୁଟ ସବସିଡି ଯୋଗାଇ ଦେବା, ୩୨କୋଟି ଟଙ୍କା ବ୍ୟୟରେ ନୀଳଗିରି - ବଉଲଗଡିଆ ରାସ୍ତା ପାଇଁ ଗଛ କାଟିବା ସହିତ ତୁରନ୍ତ ରାସ୍ତା ନିର୍ମାଣ କରିବା ଆଦି ମୁଖ୍ୟଦାବୀ କରାଯାଇ ଦାବୀପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଖିଳ ଭାରତ କୃଷକ ସଭାର ନୀଳଗିରି ଜୋନ ସମ୍ପାଦକ ନିହାର ରଞ୍ଜନ ଜେନାଙ୍କ ନେତୃତ୍ୱରେ ବାଇପାସ୍ ଛକଠାରୁ ଶହଶହ କ୍ଷତିଗ୍ରସ୍ତ ଚାଷୀ, ଜନତା, କର୍ମୀ ଶୋଭାଯାତ୍ରାରେ ଆସି ବିଭିନ୍ନ ଶ୍ଳୋଗାନ ଦେଇ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।