ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ତତ୍ପର :ପ୍ରଶାସନ ସଜେଇ ହେଉଛି ଚନ୍ଦ୍ରଶେଖର କଲେଜ
ଚମ୍ପୁଆ : ଆସନ୍ତା ୨ତାରିଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଚମ୍ପୁଆ ଗସ୍ତକୁ ନେଇ ଜିଲ୍ଲା ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ବ୍ୟବସ୍ଥା ଆରମ୍ବ ହୋଇଯାଇଛି । ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମାଝି ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉସôବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଚମ୍ପୁଆ ବିଧାୟକ ସନାତନ ମହାକୁଡ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଫକିରମୋହନ ନାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସଜେଇ ହେଉଥିବା ବେଳେ ଆଜି କେଉଁଝର ଜିଲାପାଳ ବିସାଲ ଶିଂ ଚନ୍ଦ୍ରଶେଖର ମହାବିଦ୍ୟାଳରେ ପହଁଚି ଆନୁସାଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି । ସ୍କୁଲ ଅଧ୍ୟକ୍ଷ ରାଜେନ୍ଦ୍ର କର ମୂଖ୍ୟମନ୍ତ୍ରୀଙ୍କ ଆଗମନକୁ ନେଇ କଣ କଣ ବ୍ୟବସ୍ଥା କରାଯାଇଛି ସେନେଇ ଅବଗତ କରିଥିଲେ । ଏହି ତଦାରଖ କାଯ୍ୟକ୍ରମରେ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ବିଡିଓ ସ୍ମୃତି ରଞ୍ଜନ ସାହୁ, ବିଡିଓ ଡି ପ୍ରୟଦର୍ଶୀ ଯୋଶି, ରମେଶ ପ୍ରଧାନ, ହୋବି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।