ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ; ୯୨୨ରୋଗୀଙ୍କ ଚିକିତ୍ସା
ନବରଙ୍ଗପୁର : ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଦ୍ୱାରା ମେଡିକାଲ କଲେଜର ଅଭିଜ୍ଞ ଓ ବରିଷ୍ଠ ବିଶେଷଜ୍ଞ ଡାକ୍ତର ୪ଦିନିଆ ନବରଙ୍ଗପୁର ଜିଲ୍ଲାକୁ ଗସ୍ତ କରି ଲୋକେଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଛନ୍ତି । ସ୍ନାୟୁ ରୋଗ, ପେଟ ଓ ଗ୍ୟାସ ଜନିତ ରୋଗ, ମୂତ୍ରାଶୟ ଜନିତ ରୋଗ, ହୃଦରୋଗ, କିଡନୀ ଜନିତ ରୋଗ, ଅନ୍ତଃସ୍ରାବରେ ପୀଡ଼ିତ ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ସେବା ଲାଭ କରିଛନ୍ତି । ୬ ତାରିଖ ସୁଦ୍ଧା ରୋଗୀ ନିଜର ନାମ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଞ୍ଜୀକୃତ କରି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଆସିଥିଲେ । ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜରୁ ସାଧାରଣ ରୋଗ ଓ ଜଟିଳ ରୋଗ ନେଇ ରୋଗୀଙ୍କ ଯାଞ୍ଚ କରିଥିଲେ । ସର୍ବମୋଟ ପେଟ ଓ ଗ୍ୟାସ୍ ଜନିତ ରୋଗରେ ୧୯୫ ଜଣ, ହୃଦ୍ରୋଗରେ ୧୪୭, ମୂତ୍ରାଶୟ ରୋଗୀ ୮୫, ସ୍ନାୟୁ ଜନିତ ରୋଗୀ ୩୪୭, କିଡ୍ନୀ ରୋଗରେ ୮୪ ଜଣ, ଅନ୍ତଃସ୍ରାବ ରୋଗରେ ୬୧ ଏଭଳି ମୋଟ ୯୨୨ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଛନ୍ତି । ୧୮ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲ୍ କଲେଜ, ଏମ୍ସ ମେଡ଼ିକାଲ ଏବଂ ଅନ୍ୟମେଡ଼ିକାଲ କଲେଜକୁ ରେଫର କରାଯାଇଛି । ୨ ଜଣଙ୍କର ମୂତ୍ରାଶୟ ରୋଗର ଅସ୍ତ୍ରୋପଚାର କରାଯାଇଛି । ଏହି ଶିବିରରେ ଇକୋ ୪୭, ଏଣ୍ଡୋସ୍କୋପି ୧୪, ଏକ୍ସରେ ୭୧, ଲାବ ଟେଷ୍ଟ ୧୬୫, ଇସିଜି ୯୨ ଜଣଙ୍କର ପରୀକ୍ଷା ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜରୁ ସ୍ନାୟୁ ବିଭାଗ ଡାକ୍ତର ନିହାର ରଞ୍ଜନ ବିଶ୍ୱାଳ, ମୂତ୍ରାଶୟ ବିଭାଗ ଡାକ୍ତର ସବ୍ୟସାଚୀ ପଣ୍ଡା, କିଡ୍ନୀ ଜନିତ ବିଭାଗ ଡାକ୍ତର ଅରୁଣା ଆଚାର୍ଯ୍ୟ, ହୃଦରୋଗ ବିଭାଗ ଡାକ୍ତର ଯଶୋବନ୍ତ ବେହେରା, ପେଟ ଓ ଗ୍ୟାସ ଜନିତ ବିଭାଗ, ସବ୍ୟସାଚୀ ପଣ୍ଡା, ଯଶବନ୍ତ ବେହେରା, ପେଟ ଓ ଗ୍ୟାସ୍ ଜନିତ ଡାକ୍ତର ସମୀର କୁମାର ହୋତା, ସ୍ନାୟୁ ବିଭାଗ ଡାକ୍ତର ନିହାର ରଞ୍ଜନ ବିଶ୍ୱାଳ, ଅନ୍ତଃସ୍ରାବ ବିଭାଗ ଡାକ୍ତର ଦେବାର୍ଚ୍ଚନ ଜେନା ପ୍ରମୁଖ ବିଶେଷଜ୍ଞ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିରରେ ରୋଗୀମାନଙ୍କୁ ଚିକିତ୍ସା, ପରାମର୍ଶ ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଫାର୍ମାସୀ, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ ।