ମୁ୍ୟନିସିପାଲିଟିରେ କିଛି ଗାଁକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଦାବି

ଛତ୍ରପୁର : ଛତ୍ରପୁର ମୁ୍ୟନସିପାଲଟିରେ କଣମଣା ପଞ୍ଚାୟତର କିଛି ଗ୍ରାମକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ସରପଞ୍ଚ ବି.ଦମୟନ୍ତୀଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଡିଓଙ୍କୁ ପ୍ରଦାନ କରିଛନ୍ତି । ନିକଟରେ ଛତ୍ରପୁର ଏନ୍ଏସିକୁ ରାଜ୍ୟ ସରକାର ମୁ୍ୟନସିପାଲଟି ଘୋଷଣା କରିଛନ୍ତି । ଏହିକ୍ରମରେ ଏନ୍ଏସି ପରିପାଶ୍ୱର୍ରେ ଥିବା ପୋଡାପଦର, ଚିକଲଖଣ୍ଡି, କଣମଣା ଓ ଅଗସ୍ତିନୂଆଗାଁ ପଞ୍ଚାୟତର କିଛି ଗ୍ରାମକୁ ନେଇ ଛତ୍ରପୁର ମୁ୍ୟନସିପାଲଟି ହେବ । ଏହାକୁ ସ୍ୱାଗତ କରୁଛୁ । ହେଲେ କିଛି ସୂଚନା ପ୍ରକାରେ କଣମଣା ପଞ୍ଚାୟତର ଟାକରିଆ ବ୍ରହ୍ମପୁର, କଣମଣା, ମାଟିଖାଲ, ଚଷାକଣମଣା, ଆଇଆରଇ କଲୋନୀ ମୁ୍ୟନସିପାଲଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଉଛି । ଏହାକୁ ଉପରୋକ୍ତ ଗ୍ରାମବାସୀ ସହମତି ପ୍ରକାଶ କରୁନାହୁଁ  । ବହୁବର୍ଷ ଧରି ଆମ୍ଭର ଗ୍ରାମଗୁଡିକ ପଞ୍ଚାୟତ ପ୍ରଶାସନ ଅଧିନରେ ରହି ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଉଛୁ । ୪ ଖଣ୍ଡ ଗ୍ରାମବାସୀ ଚାଷ ଓ ଗୋପାଳନ ଉପରେ ନିର୍ଭର କରନ୍ତି । ଏହି ୪ ଖଣ୍ଡ ଗ୍ରାମର ଶତକଡା ୯୦ ପ୍ରତିଶତ ଜମି କିଆଫୁଲ ଏବଂ ଚାଷ ଜମି ଅଟେ । ତେଣୁ ଯଦି ଏହି ଗ୍ରାମକୁ ପ୍ରସ୍ତାବିତ ମୁ୍ୟନସିପାଲଟିରେ ଅନ୍ତର୍ଭୁକ୍ତ କରାଯାଏ, ତେବେ ସମସ୍ତଙ୍କ ଜୀବିକା ପ୍ରଭାବିତ ହେବ । ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଆଜି ସୂଚନା ମିଳଥିବା ପ୍ରସଙ୍ଗକୁ ସଂପୂର୍ଣ୍ଣ ବିରୋଧ କରିଛନ୍ତି । ଏ ପ୍ରସଙ୍ଗରେ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚଙ୍କ ସମେତ ସମିତିସଭ୍ୟା ରଶ୍ମିତା ଦେହୁରି, ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ୱାର୍ଡସଭ୍ୟା ଗୌରୀ ବେହେରା, ପିଙ୍କି ନାୟକ, ସଙ୍ଗିତା ପ୍ରଧାନ ଓ ସପନା ପ୍ରଧାନ, ୱାର୍ଡସଭ୍ୟ ମୋହନ ବେହେରା ଏବଂ ପୂର୍ବତନ ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ ।