ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ

 ଚମ୍ପୁଆ:  ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଂଚାୟତର ବଳଭଦ୍ରପୁର ଠାରେ ସରକାରୀ ଜମିକୁ ପ୍ରଶାସନ ପକ୍ଷରୁ ଜବରଦଖଲ ମୁକ୍ତ କରାଯାଇଛି । ସୂଚନା ଅନୁସାରେ ବଳଭଦ୍ରପୁର ଗ୍ରାମରେ ଖାତା ନମ୍ବର ୬୪ ପ୍ଲଟ ନମ୍ବର ୪୧୩ ଜମିରେ ଉକ୍ତ ଗ୍ରାମର ମକରା ମୁଣ୍ଡାଙ୍କ ସ୍ତ୍ରୀ ଜେମାମଣୀ ମୁଣ୍ଡା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କରିଥିଲେ । ବିନା ଅନୁମତି କେସ ନମ୍ବର ୪୦୯/୨୦୨୫ ମୁତାବକ ଚମ୍ପୁଆ ତହସିଲଦାର ସଜତ ମାର୍କେ, ଆଇଆଇସି ରମାକାନ୍ତ ମୁଦୁଲି, ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶିନି, ସ୍ଥାନୀୟ ସରପଂଚ, କରଂଜିଆ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଜବରଦଖଲକାରୀଙ୍କ ଠାରୁ ଉକ୍ତ ଗୃହକୁ ଜଉମୁଦ ଦ୍ୱାରା ସିଲ କରାଯାଇଥିଲା । ଏହାସହିତ ଉକ୍ତ ଘରକୁ ଅନାଧିକାର ପ୍ରବେଶ ନିଷେଦ୍ଧ କରାଯାଇଛି ।