ନିଖୋଜ ଯୁବତୀଙ୍କ ଦରପୋଡ଼ା ଶବ ଉଦ୍ଧାର, ୩ ଅଟକ
ତାଳଚେର : ନିଖୋଜ ତଥା ପରିବାରର ଏକମାତ୍ର ରୋଜଗାରିଆ ଝିଅର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର । ଆଉ ପୁଲିସ୍ର ଅବହେଳା ଯୋଗୁ ନିଖୋଜ ଝିଅର ଆଜି ମୃତ୍ୟୁ ହୋଇଛି ବୋଲି ମୃତ ଯୁବତୀଙ୍କ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ତାଙ୍କୁ ଫାଶି ଦିଆଯାଉ ବୋଲି ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ତେବେ ଏ ଘଟଣାରେ ପୁଲିସ୍ ୩ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିଲେ ମଧ୍ୟ ଥାନାରୁ ଏସମ୍ପର୍କରେ ସଠିକ୍ ତଥ୍ୟ ହସ୍ତଗତ ହୋଇ ନାହିଁ । ସୂଚନାଯୋଗ୍ୟ ଗତକାଲି ମଧ୍ୟାହ୍ଣ ୧.୩୦ରେ ଘଟଣା ପ୍ରଚାର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କ ଘରେ ଶୋକାକୂଳ ପରିବାରକୁ ସମଦେବନା ଜଣାଇବାକୁ ନା ପ୍ରଶାସନ ନା ଲୋକପ୍ରତିନିଧି କେହି ହେଲେ ପହଞ୍ôଚ ନାହାନ୍ତି । ତେବେ ଏହି ହୃଦୟବିଦାରକ ଘଟଣାରେ ମ୍ରିୟମାଣ ହୋଇ ଆଜି ଅଲ୍ ଓଡିଶା ହ୍ୟୁମାନରାଇଟସ୍ ସଭାପତି ଡଃ ଦେବେନ୍ଦ୍ର ସିଂହ, ବରିଷ୍ଠ ସାମ୍ବାଦିକ ମନୋଜ ଶତପଥୀ, ଅବନି ପାଣି ତାଙ୍କ କଣିହାଁ ସ୍ଥିତ ଲୋଧାଝରୀରେ ପହଞ୍ôଚ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ରାଜ୍ୟ ସରକାର ପିଡୀତାଙ୍କ ପରିବାର ବର୍ଗଙ୍କୁ ତୁରନ୍ତ ୫୦ଲକ୍ଷ ସହାୟତା ରାଶି ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।