ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ : ସାଇକେଲରେ କୁଆଡେ ଯାଉଥିଲେ ସୌମ୍ୟଶ୍ରୀ

ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ : ସାଇକେଲରେ କୁଆଡେ ଯାଉଥିଲେ ସୌମ୍ୟଶ୍ରୀ

ଭୁବନେଶ୍ୱର : ବାଲେଶ୍ବର FM ପୀଡ଼ିତା ସୌମ୍ୟଶ୍ରୀଙ୍କ ମୃତ୍ୟୁ ଘଟଣାରେ ଏକ ନୂଆ ସୁରାଗ ସୋମବାର ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଆତ୍ମାହୁତି ପୂର୍ବର ଏକ ସିସିଟିଭି ଫୁଟେଜ ପଦାକୁ ଆସିଛି। ଆତ୍ମାହୁତି ପୂର୍ବରୁ ପୀଡ଼ିତା ଏକ ସାଇକେଲରେ ଯାଉଥିବା ସିସିଟିଭିରେ କଏଦ ହୋଇଛି। ପୀଡ଼ିତା ସାଇକେଲେରେ ପେଟ୍ରୋଲ ପମ୍ପ ଆଡ଼କୁ ଯାଉଥିବା କୁହାଯାଉଛି। ଜୁଲାଇ ୧୨ ତାରିଖର ପୂର୍ବାହ୍ନ ୧୦ଟା ୪୪ ମିନିଟରେ ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ପ୍ରମାଣ ମିଳିଛି। ଏହି ଫୁଟେଜ FM କଲେଜରୁ ଚାନ୍ଦିପୁର ଆଡ଼କୁ ଯାଉଥିବା ରାସ୍ତାର ବୋଲି ଜଣାପଡିଛି।