ନଦୀରେ ଭାସିଗଲେ କାଉଡିଆ
ସାଲେପୁର ଅଞ୍ଚଳରେ ସୋମବାର ଏକ ଅଘଟଣ ଘଟିଛି। ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସାଲେପୁର ଥାନା ଅନ୍ତର୍ଗତ କାସିପୁର ଗ୍ରାମର ରବୀନ୍ଦ୍ର କରଙ୍କ ପୁଅ ଅବୃତ୍ତ କୁମାର କର ବଟେଶ୍ବର ଗ୍ରାମର ନିକଟରେ ଚିତ୍ରୋପଳା ନଦୀରୁ ପାଣି ଉଠାଇବାକୁ ଯାଇଥିଲେ। ହେଲେ ସେ ପାଣି ଉଠାଇବା ବେଳେ ନଦୀ ପାଣିରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସହ ସାଲେପୁର ଦମକଳ ବାହୀନି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଅବୃତ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ।