ମୃତ ଡାକ୍ତରୀ ଛାତ୍ରଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ 

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ବେଗା ଗ୍ରାମପଞ୍ଚାୟତ ଅଧୀନ ବୈଦ୍ୟକାଟେଣୀ ଗ୍ରାମର ସ୍ୱର୍ଗତ ଉପେନ୍ଦ୍ର ସାହୁଙ୍କ ପୁତ୍ର ଯାଦବେନ୍ଦ୍ର ସାହୁ ବିହାର ରାଜ୍ୟର ରାଜଧାନୀ ପାଟଣା ଠାରେ ଥିବା ଏମ୍ସରେ ପ୍ରଥମ ବର୍ଷ ପିଜି ଛାତ୍ର । ଚଳିତ ମାସରେ ଉକ୍ତ ହଷ୍ଟେଲର ତାଙ୍କର ମୃତ ଦେହ ପଡିଥିଲା ଖବର ପାଇ ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଁଚିଥିଲେ ଓ ପୁରୀ ସ୍ୱର୍ଗ ଦ୍ୱାରା ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ଉକ୍ତ ଶୋକାକୁଳ ପରିବାରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କ୍ୟାବିନେଟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଭେଟିଛନ୍ତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାମ୍ପନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଓ ସହଯୋଗ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେବା ସହିତ କିପରି ଓ କେଉଁ ଅବସ୍ଥାରେ ଏପରି ଜଣେ ଶାନ୍ତ ସରଳ ଓ ମେଧାବୀ ଛାତ୍ରର ସନେ୍ଦହ ଜନକ ଭାବରେ ମୃତୁ୍ୟ ହେଲା ତାହାର ତଦନ୍ତ ପାଇଁ  ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ଏହାର ତଦନ୍ତ କରାଯାଇ ମୃତୁ୍ୟର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ଓ ତତ ସହିତ ଗ୍ରାମରୁ ଗୋଟିଏ ଟିମ୍ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ମତ ଦେଇ ଥିଲେ । ସାକ୍ଷାତ ପାଇଁ ସବୁ ବ୍ୟବସ୍ଥା କରିବାକୁ ସେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।