ମୃତ ୩୧ ମାଓବାଦୀଙ୍କ ମଧ୍ୟରୁ ୨୮ଜଣଙ୍କ ଶବ ଚିହ୍ନଟ 

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ କିଛିଦିନ ପୂର୍ବେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩୧ ଜଣ ମାଓବାଦୀଙ୍କର ମୃତୁ୍ୟ ଘଟିଥିଲା । ତେବେ ଏହି ମୃତ ମାଓବାଦୀ ମଧ୍ୟରୁ ମୋଟ ୨୮ ନକ୍ସଲଙ୍କର ଚିହ୍ନଟ କରିଛି ପୁଲିସ । ମୃତୁ୍ୟବରଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୮ ଲକ୍ଷ ପୁରସ୍କାର ଘୋଷିତ ଡିଭିସିଏମ ସଦସ୍ୟ ହୁଙ୍ଗା କର୍ମା, ଏସିଏମ ସୁବାଷ ଅୟାମ, ସନ୍ନୁ ଉଇକା, ମନିରାମ କୋହରାମୀ,  ଅମର ମାଣ୍ଡବୀ, ଭରତ ଠାକୁର, ସରୋଜ ଅବଲମ, ଆୟତେ ମାଡବୀ, ମଙ୍ଗୁ ହେମଲା ଚିହ୍ନଟ ହୋଇଛନ୍ତି । ସେହିପରି ରାଜୁ ମଜ୍ଜି,  ସଂଜୟ କୁମାର କୁମ୍ମା, ସୁଖମତି ପୋୟାମ, ମୈନି ପୁନମ, ମୀନା କୁଞ୍ଜାମ, ମୈନୀ ପଡିଆମି, ବେଡଜା ପେଣ୍ଟେରାମ,  ମେଟ୍ଟ ହନମେୟା, ସନ୍ନୁ ମଜ୍ଜି, ରମେଶ କୁଡିୟାମ, ସୋନୁ ମାଡବୀ, ଶାନ୍ତି ପୋଡିୟାମି, ଶଶିକଲା କୁଡିୟାମ,ସଞ୍ଜତି ମଡକମ, ମଲ୍ଲି କଡତି, ସୋନୁ ହପକା,  ମୋଟୁ ପୋଟାମ, ହିଡମା ମାଡବୀ(୩୦), ଜ୍ୟୋତି ହେମଲା ପ୍ରମୁଖ ରହିଛନ୍ତି ।