ଗାଁସାଥୀଙ୍କ ବିଶାଳ ଗଣଧାରଣା

ମାଲକାନଗିରି :   ଓଡ଼ିଶା ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆହ୍ୱାନକ୍ରମେ ମାଲକାନଗିରି ଜିଲ୍ଲାର ଗାଁସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗଣଧାରଣା ଦିଆଯାଇଛି । ସଂଘର ମାଲକାନଗିରି ଜିଲ୍ଲା ସଂଯୋଜକ ହରି ନାୟକ ଓ ଆବାହକ ରାମଚନ୍ଦ୍ର ମାଡ଼କାମୀଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାର ସମସ୍ତ ପଞ୍ଚାୟତ, ବ୍ଲକରୁ ଆସିଥିବା ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀମାନେ ବାଲିମେଳା ଛକରୁ ପଦଯାତ୍ରା ଆରମ୍ଭ କରି ମାଲକାନଗିରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚô ସେଠାରେ ଆୟୋଜିତ ଗଣଧାରଣାରେ ସାମିଲ ହୋଇ ଦୀପ ଜାଳି ୫ ଘଣ୍ଟିଆ ପ୍ରତୀକ ଧାରଣା ଦେଇଥିଲେ । ଦାବିଗୁଡିକରେ ଜିଲ୍ଲାରେ ଥିବା ସମସ୍ତ ନ୍ୟାୟ ଆଶାୟୀ ଲିଗାଲ୍ ଗାଁସାଥୀ (ମେଟ୍)ମାନଙ୍କ ଆବଶ୍ୟକୀୟ ବୟସ କୋହଳ ସହିତ +୨ରୁ ଊର୍ଦ୍ଧ୍ୱ ଶିକ୍ଷାଧାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ +୨ରୁ କମ୍ ପାଠ ପଢିଥିବା ଆଶାୟୀ ଗାଁସାଥୀ (ମେଟ୍)ଙ୍କୁ ସର୍ବନିମ୍ନ ମାସିକ ୧୨ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ପ୍ରୋସôାହନ ରାଶି ପ୍ରଦାନ ଆଦି ଦାବି ନେଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀ ଏବଂ ମହାମହୀମ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୧୧ ଜଣ ଅଧିକାରୀ, ପଦାଧିକାରୀ ଓ ସାମ୍ବିଧାନିକ ମୁଖ୍ୟମାନଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।  ସରକାର ଦେଇଥିବା ତାଙ୍କ ପ୍ରତିଶ୍ରୁତି ଖୁବ୍ଶୀଘ୍ର ରକ୍ଷା କରି ସଂଘର ଦାବି ପୂରଣ ନ କଲେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି ।