ମେଧାବୀ ଛାତ୍ରଛାତ୍ରୀଙ୍କ ସନେ୍ଦହ ବିମୋଚନ ଶିବିର ‘ଉନ୍ମେଷ’ 

  ନୂଆପଡା: ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ ଆଗାମୀ ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ହେଉଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସନେ୍ଦହ ବିମୋଚନ ଶିବିର ଉନ୍ମେଷ ଉଦ୍ୟାପିତ ହୋଇଯାଇଛି । ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶ୍ରେଷ୍ଠ ୫୪ଜଣ ହାଇ ଏଚିଭର୍ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ସମ୍ବଳ ଶିକ୍ଷକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରେମସିନ୍ଧୁ ହେର୍ଣ୍ଣା, ତୁଳସୀରାମ ମେହେର, କପିଳେଶ୍ୱର ପାତ୍ର, ପର୍ଶୁରାମ ମେହେରଙ୍କ ସହିତ ଶିକ୍ଷକ ଲଳିତ କୁମାର ସୁନାରି, ମନୋରଂଜନ ମେହର, ସତ୍ୟବାନ୍ ମେହେର, କୈଳାସ ଚନ୍ଦ୍ର ଦାଶ, ଭୁବନେଶ୍ୱର ମାଝୀ, ତନୁଜ ବୈଠାରୁ, ମହେଶ କୁମାର ମେହେର, କମଲଜିତ ବୈକାର ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସନେ୍ଦହ ଦୂର କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଯତୀନ୍ଦ୍ର କୁମାର ସେଠଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ସମସ୍ତଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶିବିର ଆୟୋଜନରେ ସିନାପାଲି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।