ମେଧାବୀ ସମ୍ବର୍ଦ୍ଧିତ 

 ରାଜକନିକା : ରାଜକନିକା ବ୍ଲକ ସପଲାଙ୍ଗ ରାମଚନ୍ଦ୍ର ଉଚ୍ଚ ବିଦ୍ୟାପୀଠ ଓ ସପଲାଙ୍ଗ ୟୁଜିୟୁପି ସ୍କୁଲ ପରିସରରେ ବାସନ୍ତୀ ଦେବୀ ଦୁର୍ୟ୍ୟଧନ ପ୍ରଧାନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । ଟ୍ରଷ୍ଟ ଅଧ୍ୟକ୍ଷ ଶ୍ରୀନିବାସ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷା ବିକାଶ ସମିତି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରମୁଖ ପଣ୍ଡିତ କପିଳ ଚରଣ ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଭୀମ ସେନ ଦାସ ସମ୍ମାନିତଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉମାକାନ୍ତ ପରିଡା ସପ ଲାଙ୍ଗ ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ନାୟକ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ପ୍ରଧାନ ଓ ଶାନ୍ତନୁ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ଧନୁର୍ଜୟ ପରିଡା, ଭୀମସେନ ସାମଲ,ପ୍ରଫୁଲ୍ଲ ଦାସ, ଶେଫାଳି ନାୟକ, ରଶ୍ମିତା ସାହୁ, ସ୍ମିତାଞ୍ଜଳି ନାୟକ ଓ ଦିନେଶ ନାୟକ ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।