ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ 

 ଖଣ୍ଡପଡା : ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ହାଇସ୍କୁଲରେ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯଛି ।ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ନିଦେ୍ର୍ଦଶକ୍ରମେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅନୁଷ୍ଠାନର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଦଳେଇଙ୍କ ପୌରୋହିତ୍ୟରେ ନିଶାମୁକ୍ତ  ଭାରତ ଗଠନ ପାଇଁ ଆୟୋଜିତ ଶପଥ ପାଠ ଉତ୍ସବରେ ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଏକ ନିଶାମୁକ୍ତ ଭାରତ ଓ ସୁସ୍ଥ ସମାଜ ଗଠନ ପାଇଁ ଶପଥ ନେଇଥିଲେ । କୁମ୍ଭାରପଡା ସରପଞ୍ଚ ଚିନ୍ମୟ ପଣ୍ଡା, ସମିତିସଭ୍ୟ ନରେନ୍ଦ୍ରନାଥ ଦାଶ, ଆଲୁମିନି କମିଟି ସଭାପତି ଅଖିଳ ପଣ୍ଡା, ସାମାଜିକ କର୍ମୀ ନାରାୟଣ ପଣ୍ଡା ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଗଣ ଶପଥ ପାଠ ଉସତ୍ସବରେ ଉପସ୍ଥିତଥିଲେ ।