ଗଞ୍ଜାମ ଠାରେ ସମ ହସ୍ପିଟାଲ୍ ଓ ଭରସା ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ଶିବିର

ାା ପ୍ରଭାନୁ୍ୟଜ୍ ।ା ବ୍ରହ୍ମପୁର : ସ୍ଥାନୀୟ ଶୀତଳାପଲ୍ଲୀ ସ୍ଥିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍-୩ ଓ ଅଣ ସରକାରୀ ସଂଗଠନ ‘ଭରସା’ର ମିଳିତ ସହଯୋଗରେ ସୋମବାର ଦିନ ଗଞ୍ଜାମ ଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।
ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠ ଠାରେ ଅନୁଷ୍ଟିତ ଏହି ଶିବିରରେ ପ୍ରାୟ ୪୦୦ ଲୋକଙ୍କର ସମାଗମ ହୋଇଥିଲା । ସ୍ଥାନୀୟ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଂଚାଇବା ନିମନ୍ତେ ଆୟୋଜିତ ଏହି ଶିବିରରେ ନୁ୍ୟରୋଲଜି, ମେଡିସିନ୍, ଏଣ୍ଡୋକ୍ରିନୋଲଜି, ଅର୍ଥୋପେଡିକ୍ସ, ଗାୟନୋକଲୋଜି, ଡର୍ମାଟୋଲଜି, ପେଡିଆଟି୍ରକ୍ସ, ସାଇକିଆଟି୍ର, ଅପ୍ଥାଲମୋଲୋଜି ଓ ଡେଂଟିଷ୍ଟ୍ରି ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ ।
ଶିବିରର ଉଦ୍ଘାଟନ ଉତ୍ସବରେ ଯୋଗ ଦେଇ ହସ୍ପିଟାଲର ନିଦେ୍ର୍ଦଶକ  ଦେବପ୍ରସାଦ ଦାଶ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କ ନିକଟରେ ଉତ୍ତମ ସ୍ୱାସ୍ଥ୍ୟସେବା ପହଂଚାଇ ଦିଆଯାଉଛି । ରୋଗୀମାନଙ୍କୁ ଏହି ଶିବିରରେ ଆବଶ୍ୟକୀୟ ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା । ଯୋଗ ଦେଇଥିବା ରୋଗୀମାନେ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ ।