ମେହେର ସମାଜର ବାର୍ଷିକ ସମାବେଶ

 ନୂଆପଡା : ନୂଆପଡା ଜିଲ୍ଲା ମେହେର(ଭୁଲିଆ) ସମାଜର ୪୩ତମ ଜିଲ୍ଲାସ୍ତରୀୟ ବାର୍ଷିକ ସମାବେଶ ଡୁଆଝର ଠାରେ ଅନୁଷ୍ଠିତ ହୋଇଛି । ଡୁଆଝର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ଗ୍ରାମ୍ୟ ସମାଜର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ନେଇ ଆୟୋଜିତ ଏହି ସମାବେଶରେ ନୂଆପଡା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ କବି ଗଙ୍ଗାଧରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ସମାବେଶର ଉଦ୍ଘାଟନ ପରେ ସ୍ଥାନୀୟ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ  ଓ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥଲା । କାର୍ଯ୍ୟକ୍ରମରେ ସମାଜ ଉପଦେଷ୍ଟା ଡମ୍ବରୁଧର ମେହେର, ରାହାସ ବିହାରୀ ମେହେର, ରାଜ୍ୟ ସମ୍ପାଦକ ନବୀନଚନ୍ଦ୍ର ମେହେର, ରାଜ୍ୟ ଯୁବା ଉପଦେଷ୍ଟା ବୈଷ୍ଣବ ମେହେର, ଜିଲ୍ଲା ଉପସଭାପତି ହରିହର ମେହେର, ତ୍ରିଲୋଚନ ମେହେର, ରନôାକର ମେହେର, ସଚ୍ଚଦାନନ୍ଦ ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ୍ୱର ମେହେର, ସଂପାଦକ ରୂପେଶ ଚନ୍ଦ୍ର ମେହେର, ଝର ମେହେର, ରାମେଶ୍ୱର ମେହେର, ବିଜୟା ମେହେର, ଜିଲ୍ଲା ଯୁବ ସଂଯୋଜକ ହିରାଧର ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରତିଟି ବ୍ୟକ୍ତି ସମାଜ ପ୍ରତି ଥିବା ଦାୟିତ୍ୱକୁ ହୃଦୟଙ୍ଗମ କରି ନିଷ୍ଠାର ସହ ନିଜ କର୍ତ୍ତବ୍ୟ ନିର୍ବାହ କଲେ ଓ ପରସ୍ପର ମଧ୍ୟରେ ସହଯୋଗ ଭାବ ରହିଲେ ସମାଜ ସଂଗଠନର ସ୍ୱପ୍ନ ପୁରଣ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ବିବସô ମେହେର ଅତିଥିଙ୍କୁ ମଞ୍ଚÿକୁ ସ୍ୱାଗତ କରିଥିବା ବେଳେ ବୁଡୁ କୁମାର ମେହେର ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସମାଜସେବୀ ଡମ୍ବରୁଧର ମେହେର, ଅଭିରାମ ମେହେର, ବୁଣାକାର ଯୋଗେନ୍ଦ୍ର ମେହେର, ବିଶ୍ୱମ୍ବର ମେହେର, ଶିଳ୍ପୀ ଅମିତ କୁମାର ମେହେର, କୁମୁସ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଭର ରଖିଥିବା ଖୁସବୁ ମେହେର ଓ ଚନ୍ଦନ ମେହେରଙ୍କୁ ସମ୍ମାନିତ କରାଯାଇଥିଲା ।  ମାନପତ୍ର ଗୁଡିକୁ ପୂର୍ଣ୍ଣଚନ୍ଦ୍ର ମେହେର, ବବିତା ମେହେର, ହେମନ୍ତ ମେହେର, ସଞ୍ଜୁକ୍ତା ମେହେର, ସଜିତ ମେହେର, ଟିକି ମେହେର, ସୁଦର୍ଶନ ମେହେର, ଦମୟନ୍ତୀ ମେହେର ପଠନ କରିଥିଲେ ।