ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ : ନାଗରିକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ
ନୂଆଦିଲ୍ଲୀ: ଅପରେସନ୍ ‘ସିନ୍ଦୂର’ ପରେ ଚିହିଁଙ୍କି ଉଠିଥିବା ପାକିସ୍ତାନ୍ ବିରୁଦ୍ଧରେ ନୂଆ ରଣକୌଶଳ, ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନାଗରିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଉପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଓ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ଉଚ୍ଚସ୍ତରୀୟ ବୈଠକରେ ମୋଦି ବିଶେଷ କରି ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଏହାସହ ବର୍ତ୍ତମାନ ସମ୍ବେଦନଶୀଳ ସ୍ଥିତିରେ ଜନତା ଯେପରି ଭୁଲ୍ ଖବରର ବଶବର୍ତ୍ତୀ ନ ହୁଅନ୍ତି ସେଥିପ୍ରତି କଡ଼ା ଦୃଷ୍ଟି ଦେବାକୁ ମୋଦି ନିଦେ୍ର୍ଦଶ ଦେଇଛନ୍ତି । ଏହାସହ ଏଭଳି ପରିସ୍ଥିତିରେ ଯୋଗାଯୋଗ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ସ୍ପଷ୍ଟ ଯୋଗାଯୋଗ ସମେତ ନିରନ୍ତର ସତର୍କତା, ବିଭାଗୀୟ ସମନ୍ୱୟକୁ ଗତିଶୀଳ ରଖିବା ଏବଂ ଗୁଜବରୁ ଜନତାଙ୍କୁ ମୁକ୍ତ ରଖିବାକୁ ସମସ୍ତ ସଚିବ ଏବଂ ମନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଭାରତ ପକ୍ଷରୁ ଆଉ କି ପ୍ରକାର ପ୍ରସ୍ତୁତି ଜାରି ରହିଛି ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବୈଠକରେ କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା, ଗୃହ, ବୈଦେଶିକ ବ୍ୟାପାର, ସୂଚନା ଏବଂ ପ୍ରସାରଣ, ଶକ୍ତି, ସ୍ୱାସ୍ଥ୍ୟ ସମେତ ପ୍ରମୁଖ ମନ୍ତ୍ରାଳୟର ସଚିବମାନେ ଯୋଗ ଦେଇଥିଲେ ।