ମୌଳିକ ସୁବିଧାରୁ ବଞ୍ଚôତ ଦୁର୍ଗମ ଅଞ୍ଚଳବସୀ

 ଭୁବନେଶ୍ୱର:   କନ୍ଧମାଳ ଜିଲ୍ଲାର ଶତାଧିକ ଗ୍ରାମ ଆଜିବି ମୌଳିକ ସୁବିଧାରୁ ବଞ୍ଚôତ ହୋଇ ରହିଛି । ରାସ୍ତା ଘାଟ, ପାନୀୟ ଜଳ, ବିଦୁ୍ୟତ୍ ଆଲୋକ ଭଳି ଅନେକ ସୁବିଧାରୁ ବଞ୍ଚôତ ହୋଇ ଦୁଃଖକଷ୍ଟରେ ବିତାଉଛନ୍ତି ଜୀବନ । ଯାହାର ଜ୍ୱଳନ୍ତା ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଦୁର୍ଗମ ପଞ୍ଚାୟତ ଶ୍ରୀରାମପୁର । ଉକ୍ତ ପଞ୍ଚାୟତର ଶେଷ ସୀମାରେଖାରେ ଗଠିତ ଶ୍ରାମ୍ବୀ, ବଡ ସାହି, ମଝୀ ସାହି, ଲତୁଡ଼ି ସାହି, ମହୁଲ ଭଜା, ମେରାଗୁଡ଼ି, ଡଙ୍ଗା ବାଦେରୀ ଭଳି ଅନେକ ଗ୍ରାମ ଅଛି । ଏହି ସବୁ ଗ୍ରାମ ଗୁଡିକରେ ଲୋକେ ପୂର୍ବ ପୁରୁଷ ଅମଳରୁ ବସବାସ କରି ଆସୁଛନ୍ତି । ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଆଜି ମଧ୍ୟ ଏହି ସବୁ ଗ୍ରାମଗୁଡିକରେ ବିକାଶ ଏକ ପ୍ରକାର ଅପହଞ୍ଚ । ଗତ ୧୦ ବର୍ଷ ପୂର୍ବେ ମାଟି ରାସ୍ତା ହୋଇଥିଲା ତାହା ଏବେ ସମ୍ପୂର୍ଣ୍ଣ ଖରାପ ହୋଇଗଲାଣି । ପରିସ୍ଥିତି ଏଭଳି ହେଲାଣି ଯେ ଚାଲିକି ଯିବା ମଧ୍ୟ ଏକ ପ୍ରକାର ଅସମ୍ଭବ । ପାହାଡିଆ ପାଣି ଆସି ରାସ୍ତା ଉପରେ ମାଡିଥାଏ । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରାୟ ୨ ଫୁଟ ଗଭୀର ଗର୍ତ୍ତ ଦେଖିବାକୁ ମିଳିଛି । ଅସରାଏ ବର୍ଷା ହୋଇଗଲେ ଶ୍ରୀରାମପୁର ପଞ୍ଚାୟତ, କୋଟଗଡ ବ୍ଲକ, ତହସିଲ କାର୍ଯ୍ୟାଳୟ, ବଜାରକୁ ଯାତାୟତ ଠପ୍ ହୋଇଯାଏ । ସରକାରଙ୍କ ପକ୍ଷରୁ ଶ୍ରୀରାମପୁର ପଞ୍ଚାୟତରେ ଦିଆଯାଉଥିବା ସରକାରୀ ଚାଉଳ ମଧ୍ୟ ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ଏଠାରେ ପାନୀୟ ଜଳର ଘୋର ସମସ୍ୟା ରହିଛି । ଗ୍ରାମରେ ନା ଅଛି ନଳକୂପ ନା ଅଛି କୂଅ ନା ଅଛି ସୋଲାର ପାଣି ଟାଙ୍କି । ୫ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ବସୁଧା ପାଣି ଟାଙ୍କି ଦିଆଯାଇଥିଲା ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମରେ କୌଣସି କାର୍ଯ୍ୟକାରି ହୋଇପାରୁନାହିଁ । ଶେଷରେ ଗ୍ରାମବାସୀମାନେ ବାଧ୍ୟ ହୋଇ ଗ୍ରାମ ଠାରୁ ପ୍ରାୟ ୧ କିମି ଦୂରତାକୁ ଗଲେ ଏକ ପାହାଡିଆ ଚୁଆ ଦେଖିବାକୁ ମିଳେ, ସେହି ଚୁଆ ପାଣିକୁ ଗରା, ମାଠିଆ, ହାଣ୍ଡି, ବାଲ୍ଟି ରେ ଗାମୁଛା ପକାଇ ଛାଣି ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି । ସେହି ଦୂଷିତ ପାଣିରେ ଗାଈ, ଛେଳି, ଘୁଷୁରୀ, କୁକୁର, ମଇଁଷି, ଷଣ୍ଢ, ମେଣ୍ଢା ଭଳି ବିଭିନ୍ନ ଗୃହପାଳିତ ପଶୁପକ୍ଷୀ ଗାଧୋଇ ଦିଅନ୍ତି । ସେହି ଦୂଷିତ ପାଣିକୁ ବ୍ୟବହାର କରି ବୃକକ, କିଡନୀ ରୋଗ, ଝାଡା ବାନ୍ତି, ମ୍ୟାଲେରିଆ, ଚର୍ମ ରୋଗ ଭଳି ଅନେକ ରୋଗରେ ମଧ୍ୟ ଗ୍ରାମବାସୀମାନେ ଆକ୍ରାନ୍ତ ହୋଇଥାନ୍ତି । ସେହିଭଳି ବିଦୁ୍ୟତ୍ ଆଲୋକ କଥା ନ କହିବା ଭଲ । କାରଣ ଗ୍ରାମରେ ବିଦୁ୍ୟତ୍ ସଂଯୋଗ ହୋଇଛି କିନ୍ତୁ ମାସିକ ୩୦ ଦିନରୁ ୪/୫ ଦିନ କେବଳ ରହେ ତାହା ବି ଲୋଭୋଲ୍ଟେଜ । ଯାହାଫଳରେ ଗ୍ରାମବାସୀଙ୍କ ଏକ ମାତ୍ର ଭରସା ସିଜିଥାଏ ଡିବିରି ଆଲୁଅ । ଉକ୍ତ ଗ୍ରାମ ଗୁଡିକରେ କେବଳ ଆଦିବାସୀ ସାମ୍ପ୍ରଦାୟର ଲୋକେ ହିଁ ବସବାସ କରନ୍ତି । ତୁରନ୍ତ ଏହି ଗ୍ରାମ ଗୁଡିକରେ ରହିଥିବା ରାସ୍ତା ଘାଟ, ପାନୀୟ ଜଳ, ବିଦୁ୍ୟତ୍ ଆଲୋକ ଭଳି ସମସ୍ୟାକୁ ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।