ମୌଳିକ ସୁବିଧାରୁ ବଞ୍ଚôତ ବାତିକଚା ସାହିବାସୀ
ାା ବିଶୋଇରୁ ରଞ୍ଜନ ପାତ୍ର ।ା
ଗମନା ଗମନ ପାଇଁ ରାସ୍ତାଟିଏ ନାହିଁ କି ବିଶୁଦ୍ଧ ପାନୀୟ ଜଳ ପାଇଁ କୌଣସି ଉତ୍ସ ନାହିଁ । ରିଙ୍ଗ କୂଅର ଦୂଷିତ ପାଣିରେ ବଞ୍ଚôଛି ଜୀବନ । ପରିହାସ ପାଲଟିଛି ବିଦୁ୍ୟତ୍ ସେବା, ଆବାସ ଯୋଜନା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଚଢେଇପାହଳି ଗ୍ରାମପଞ୍ଚାୟତର ଧାନଟାଙ୍ଗର ହିଲ୍ର ବାତିକଚା ସାହିରେ । ଧାନ ଟାଙ୍ଗର ହିଲ୍ର ବାତିସାହିରେ ୮/୧୦ଟି ପରିବାର ବସବାସ କରନ୍ତି । ସମସ୍ତ ପରିବାର ବିପିଏଲ ତାଲିକା ଅନ୍ତର୍ଭୁକ୍ତ । ବନ୍ୟଜାତ ଦ୍ରବ୍ୟ ସଂଗ୍ରହ, ପଶୁ ପାଳନ ଏମାନଙ୍କ ମୁଖ୍ୟ ଜୀବିକା । ସାହିକୁ ଯିବା ପାଇଁ ରାସ୍ତାଟିଏ ନାହିଁ । ଘଞ୍ଚ ଜଙ୍ଗଲ ମଧ୍ୟରେ ବିପଦପୂର୍ଣ୍ଣ ପଥୁରିଆ, ଆବୁଡ଼ା ଖାବୁଡ଼ା, ଅଣ ଅସାରିଆ ପାଦଚଲା ରାସ୍ତାରେ ଯିବାକୁ ପଡ଼ିଥାଏ । ଫଳରେ ଶଯ୍ୟାଶାୟୀ ରୋଗୀ ଅବା ପ୍ରସୂତି ମହିଳାଙ୍କୁ ଅଧବାଟ ଯାଏଁ ଖଟିଆରେ ବୋହି ନେବାକୁ ପଡ଼ିଥାଏ । ରାସ୍ତା ଟିଏ ନଥିବା ହେତୁ ଏଠାରେ ସବୁ ସରକାରୀ ଯୋଜନା ଅପହଞ୍ଚ ହୋଇପଡିଛି ଏମାନଙ୍କ ପାଇଁ । ସରକାରୀ ଘର ମଧ୍ୟ ଏମାନଙ୍କ ପାଇଁ ଅପହଞ୍ଚ । ଜଣେ ଅଧେ ଯିଏ ପାଇଛନ୍ତି ଘର ସରଞ୍ଜାମ ରାସ୍ତା ନ ଥିବା ହେତୁ ସାହିକୁ ପହଞ୍ଚô ପାରୁନାହିଁ । ସାହିରେ କୌଣସି ଜଳ ଉତ୍ସନ ଥିବା ହେତୁ ପାନୀୟ ଜଳ ସଂଗ୍ରହ ପାଇଁ ଘର ନିକଟ ଏକ ରିଙ୍ଗ କୂଅରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି । ବର୍ଷେ ପୂର୍ବରୁ ସରକାରଙ୍କ ପକ୍ଷରୁ ଏକ ସୋଲାର ଜଳ ଉତ୍ସ ସ୍ଥାପନ କରାଯାଇଥିଲା, ତାହା ଅଳ୍ପ ଦିନ କେଇଟାରେ ଅଚଳ ହୋଇପଡ଼ିବାରୁ ଉକ୍ତ ରିଙ୍ଗ କୂଅର ଦୂଷିତ ଜଳ ହିଁ ଏକ ମାତ୍ର ଭରସା । ଦୂଷିତ ପାଣି ବ୍ୟବହାର ଯୋଗୁଁ ଡାଇରିଆ, ହଇଜାରେ ଆକ୍ରାନ୍ତ ହେବାକୁ ଏଡାଇ ଦିଆଯାଇ ନ ପାରେ । ସେହିପରି ବିଦୁ୍ୟତ୍ ସେବା ନ କହିବା ଭଲ । ଖୁଣ୍ଟ ପଡ଼ି ତାର ଟଣା ସରିଛି ହେଲେ ବିଦୁ୍ୟତ୍ ଯୋଗାଣ ଏଯାଏଁ ହୋଇନି । ଚୁଲି ନିଆଁ, ଚାର୍ଜର ଆଲୁଅ ରେ ରାତି କଟେ । ଏ ସମସ୍ୟା ବାବଦରେ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଧ୍ୟାନ ଦେଉନଥିବା ସାହି ର ବାସନ୍ତୀ ମୁର୍ମୁ, ଜନ୍ମେଜୟ ସିଂ,ସିଂରାଇ ଟୁଡୁ, ବାସ୍ତା ମୁର୍ମୁ ପ୍ରମୁଖ ଅଭିଯୋଗ ଉଠାନ୍ତି । ଜଳ ଯାତନାର ଶିକାର, ରାସ୍ତା, ଆବାସ ପାଇଁ ହୀନସ୍ତା ଆଉ ବିଦୁ୍ୟତ୍ ସେବାରୁ ବଞ୍ଚôତ ହେଉଥିବା ବାତିକଚା ସାହିବାସୀଙ୍କ ପ୍ରତି ପ୍ରଶାସନ କେବେ ଯନôବାନ ହେଉଛି, ଦେଖିବାକୁ ବାକି ରହିଲା ।