ବେଥାନୀ କନଭେଣ୍ଟ ସ୍କୁଲର ପାସ ହାର ଶତପ୍ରତିଶ
ପାରାଦୀପ: ବେଥାନୀ କନଭେଣ୍ଟ ସ୍କୁଲରେ ଚଳିତ ବର୍ଷ କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମ ଆଇସିଏସସି ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସ୍କୁଲ ଛାତ୍ରୀ ସୁହାନି ଦଳେଇ ସର୍ବାଧିକ ୯୫ ପ୍ରତିଶତ ନମ୍ବର ରଖିଥିବା ବେଳେ, କ୍ରମାଗତ ଭାବେ ସତ୍ୟବ୍ରତ ବେହେରା ୯୪.୬ ପ୍ରତିଶତ ନଂ ରଖି ଦ୍ୱିତୀୟ, ଦିବ୍ୟଜ୍ୟୋତି ମାଣିକ ୯୨.୮ ପ୍ରତିଶତ ନଂ ରଖି ତୃତୀୟ ଓ ଆଶୁତୋଷ ନାୟକ ୯୦.୬ ପ୍ରତିଶତ ନମ୍ବର ରଖି ଚତୁର୍ଥ ସ୍ଥାନ ଅଳଙ୍କୃତ କରିଛନ୍ତି । ପ୍ରକାଶ ଥାଉକି ସ୍କୁଲର ମୋଟ ୬୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୬ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୧୭ଜଣ ଛାତ୍ର ଛାତ୍ରୀ ୮୫ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ଫାଦର ସୁନୀଲ ଲାକ୍ରା ଓ ପରିଚାଳକ ଫାଦର ନିହାର ରଞ୍ଜନ ପାରିଚ୍ଛା ସମସ୍ତଙ୍କୁ କୃତଜ୍ଞତା ଜଣାଇ ପିଲାମାନଙ୍କର ଉଜ୍ୱଳମୟ ଭବିଷ୍ୟତ କାମନା କରିଥିଲେ ।