ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା
ଭୁବନେଶ୍ୱର: ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଓଡ଼ିଶା । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଯକ୍ଷ୍ମା ମୁକ୍ତ ଓଡ଼ିଶା ଗଠନ ଅଭିଯାନକୁ ତୀବ୍ର କରିବା ପାଇଁ ଜିଲ୍ଲାମାନଙ୍କୁ ନିଦେ୍ର୍ଦଶ ଦେଇଛି । ୭ ଡିସେମ୍ବର ୨୦୨୪ରେ ଓଡ଼ିଶାର ୨୦ଟି ଯକ୍ଷ୍ମାପ୍ରବଣ ଜିଲ୍ଲାଗୁଡିକରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଆରମ୍ଭ ହୋଇଥିଲା ।
୧୦୦ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଉଦେ୍ଦଶ୍ୟ ହେଉଛି ସମ୍ଭାବ୍ୟ ବ୍ୟକ୍ତିବିଶେଷଙ୍କର ଭଲ ଭାବରେ ସ୍କ୍ରିନିଂ କରି ରୋଗ ଚିହ୍ନଟ କରିବା ଏବଂ ସେମାନଙ୍କୁ ଉପଯୁକ୍ତ ଚିକିସôାସେବା ଯୋଗାଇ ଦେଇ ମୃତୁ୍ୟ ହାରକୁ ସମ୍ପୂର୍ଣ କମାଇବା । ଯକ୍ଷ୍ମାପ୍ରବଣ ଜିଲ୍ଲା ଗୁଡିକ ହେଲେ ବଲାଙ୍ଗିର, ବରଗଡ, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ।
୨୧ ଜାନୁଆରୀ ୨୦୨୫ ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୬୦ ପ୍ରତିଶତ ପୂର୍ବ ଟିବି ଆକ୍ରାନ୍ତ, ଟିବି ରୋଗୀଙ୍କ ପରିବାର ସଦସ୍ୟ, ମଧୁମେହ ରୋଗୀ, ଏଚ୍ଆଇଭି ଆକ୍ରାନ୍ତ, ୬୦ ବର୍ଷରୁ ଅଧିକ ବୟସର ନାଗରିକ, ଧୁମ୍ରପାନ ଏବଂ ମଦ୍ୟପାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ଭାବ୍ୟ ତାଲିକା ଭୁକ୍ତ କରି ସେମାନଙ୍କର ସ୍କ୍ରିନିଂ ଓ ଅନ୍ୟାନ୍ୟ ପରୀକ୍ଷା କରି ଟିବି ରୋଗୀଙ୍କୁ ଚିହ୍ନଟ କରିଛି । ବର୍ତ୍ତମାନ ସୁଦ୍ଧା ୪୬୬୮ ଜଣ ଟିବି ରୋଗୀଙ୍କୁ ଏହି ୨୦ଟି ଜିଲ୍ଲାରୁ ଚିହ୍ନଟ କରାଯାଇଛି । ଅଭିଯାନକୁ କ୍ରିୟାଶୀଳ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ୱତୀ ଏସ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିଦେ୍ର୍ଦଶକ ଡା ବୃନ୍ଦା ଡି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀମାନଙ୍କ ସହିତ ଅଭିଯାନର ସ୍ଥିତି, ଅଗ୍ରଗତି ଓ ଆଶୁ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।