ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ : ଭୂତତ୍ତ୍ୱ ବିଜ୍ଞାନରେ ଅଙ୍କିତା ଟପ୍ପର
ଚମ୍ପୁଆ: ଗତକାଲି ପ୍ରକାଶିତ ଯୁକ୍ତ ତିନି ପରୀକ୍ଷା ଫଳରେ ଚମ୍ପୁଆ ସ୍ଥିତ କୈରାଳି ମହାବିଦ୍ୟାଳୟର ତୃତୀୟ ବର୍ଷ ଛାତ୍ରୀ ଅଙ୍କିତା ଦାସ ଭୂତତ୍ତ୍ୱ ବିଜ୍ଞାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ମହାବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ତାକତପୁର, ବାରିପଦା ଠାରେ ଗତ ୩୦ତାରିଖରେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବା ସହିତ ବିଭାଗୀୟ କୃତି ଛାତ୍ର ଛାତ୍ରୀ ମାନଙ୍କ ତାଲିକା ଉନ୍ମୋଚନ କରାଯାଇ ଫଟୋସହ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରାଯାଇଛି । କୈରାଳି କଲେଜର ଅଙ୍କିତା ଭୂତତ୍ତ୍ୱ ବିଜ୍ଞାନରେ ଟପ୍ପର ହେବାପରେ କଲେଜ୍ ପରିସରରେ ଆନନ୍ଦର ଲହରୀ ଖେଳି ଯାଇଛି । ଭୂତତ୍ତ୍ୱ ବିଞାନର ଅଧ୍ୟାପିକ ଡ଼ଃ. ଶୁଭ ସ୍ମିତା ବରାଡ ଓ ଅଧ୍ୟାପକ ଦୀପ୍ତି ରଞ୍ଜନ ମହାନ୍ତ କଲେଜର ଟପ୍ପର ଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେହିପରି କଲେଜର ପରିଚାଳନା କମିଟି ସଭାପତି ଡ଼ଃ.ରାଜମୋହନ ପି.ଏସ, ସମ୍ପାଦିକା ଉମା ରାଜମୋହନ, ପରିଚାଳକ ମୁରଲୀଧରନ କେ.ଏସ , କାର୍ଯ୍ୟାଳୟ ପରିଚାଳକ ଦୈତାରୀ ସାହୁ, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ବି.ରାମାରାଜୁ, ପ୍ରଧ୍ୟାପକ ଗିରିଜା ଶଙ୍କର କରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।