ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

 ରାୟଗଡ : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାସ୍ଥିତ  ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି  । ଜିଲ୍ଲାପାଳ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତକ୍ଷରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ,ଆରକ୍ଷୀ ଅଧିକ୍ଷକ୍ଷ,ସୁଶ୍ରୀ ଏସ ସ୍ୱାତୀ କୁମାର,ଖଣ୍ଡିୟ ବନ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲା ପରିଷଦ ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଚିକିସôା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଲାଲମୋହନ ରାଉତରାୟ, ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କୁ ବିଭିନ୍ନ  ଅଭିଯୋଗ ଶୁଣାଣି କରିଥିଲେ । ମୋଟ ୮୨ଟି ଅଭିଯୋଗ  ଆସିଥିଲା ସେଥି ମଧ୍ୟରୁ ୫୯ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ  ଥିଲା । ଜିଲ୍ଲାପାଳ ୧୨ଜଣକୁ  ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ଚିକିସôା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ବସନ୍ତ ନାୟକ, ରାୟଗଡ, ଜିଲ୍ଲା ମଙ୍ଗଳ ଅଧିକାରୀ, ଭରତ ଭୂଷଣ ବିଶ୍ୱାଳ, ରାୟଗଡ ପିଡି ୱାଟରସେଡ, ଡ଼ଃ ଦୟାନିଧି ବାଗ,ଉଦ୍ୟାନ କୃଷି ଉପନିଦେ୍ର୍ଦଶକ ଦୟାନିଧି ରାଉତ,  ନିର୍ବାହୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ସହକାରୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ,    ସହକାରୀ ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ଶିବଶଙ୍କର ଚୌଧୁରୀ, ଜିଲ୍ଲାକ୍ରୀଡା ଅଧିକାରୀ,ଶେଖ ଅଲେନୁର,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀକାନ୍ତ ପାଣିଗ୍ରାହୀ,ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିସôା ଅଧିକାରୀ ,ଜିଲ୍ଲା ମସô୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀ,ଓରମାସର ଡେପୁଟି ସିଇଓ ମନୋଜ କୁମାର ପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ  ଅଧିକାରୀ ମାନେ ଉପସ୍ଥିତ ରହି  ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ  । 
ଭବାନୀପାଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା  । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ  । ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୧୧୭ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥିରୁ ବ୍ୟକ୍ତିଗତ ୯୧ ଗୋଟି ଓ ସାମୂହିତ ୨୪ ଗୋଟି ରହିଥିବା ବେଳେ ୧୦ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା  । ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା  । ଏହି ଶିବିରରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବେସାମରିକ ଯୋଗାଣ, ଜଳସେଚନ, ସାମାଜିକ ସୁରକ୍ଷା, ପୂର୍ତ୍ତ, ବିଦୁ୍ୟତ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଉନ୍ନୟନ, ଅବକାରୀ, ତହସିଲ, ବ୍ଲକ ଇତ୍ୟାଦି ବିଭାଗୀୟ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ସମ୍ପର୍କିତ ଆପତ୍ତି ଅଭିଯୋଗର ଶୁଣାଣି କରି ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ  । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢି, ପିଡିଡୁଡା ମୁନୀନ୍ଦ୍ର ହୋନନାଗା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଡ଼ଃ. ନିହାରେନ୍ଦ୍ର  ପଣ୍ଡା, ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିରେନ୍ଦ୍ର କୁମାର କହଁରଙ୍କ ସମେତ  ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ଥାନୀୟ ତହସିଲଦାର, ବିଡିଓ, ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ । ଏହି ଜନଶୁଣାଣି ଶିବିରର ପରିଚାଳନାରେ ସହକାରୀ ନିଦେ୍ର୍ଦଶକ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି ଜିଲ୍ଲାପାଳ ଚନ୍ଦ୍ରଦାଶ ମହାନନ୍ଦିଆ ସହଯୋଗ କରିଥିଲେ । ଆସନ୍ତା ଡିସେମ୍ବର ୯ ତାରିଖରେ ଗୋଲାମୁଣ୍ଡା ବ୍ଲକ ରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହେବ । ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଏହି ଶିବିରରେ ନିଜର ନାମ ପଞ୍ଜୀକରଣ କରି ରହିଥିବା  ବ୍ୟକ୍ତିଗତ, ସାମୂହିକ ଆପତ୍ତି ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲାପାଳ, କଳାହାଣ୍ଡିଙ୍କୁ ଭେଟି ଜଣାଇ ପାରିବେ ।
ନୂଆପଡା: ନୂଆପଡ଼ା ସଦ୍ଭାବନା ସଭା ଗୃହ ଠାରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଓ  ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ରଙ୍କ ମିଳିତ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ  ଶିବିରରେ  ଅଭିଯୋଗକାରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ଯାଗା, ଛାୟା ଓ ପିଇବା ପାଣି ସୁବିଧା ହୋଇଥିଲା  । ଆଜି ଶିବିରରେ ମୋଟ ୧୨୧ ଟି ଅଭିଯୋଗର ଶୁଣାଣି ପ୍ରଶାସନ କରିଛନ୍ତି । ଏଥିରୁ ୯୭ଟି ବ୍ୟକ୍ତିଗତ ୨୨ଟି ଗୋଷ୍ଠୀଗତ ଓ ୨ଟି ରେଡ୍ କ୍ରସ୍ ସାହାଯ୍ୟ ସମ୍ବନ୍ଧୀୟ ଥିଲା । ଏହି ସବୁ ଅଭିଯୋଗ ଉପରେ ଅତିଶିଘ୍ର ସମାଧାନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଶିବିରରେ ଭିନ୍ନକ୍ଷମ ବାଳକ ମାନସ ଆଡବଙ୍ଗ, ମିଛା ପାଲି - କୋମନାଙ୍କୁ ଏକ ହୁଇଲ୍ ଚେଆର୍ ତକôାଳୀନ ଯୋଗାଇ ଦିଆଯାଇଛି । ସେହିପରି ମେଘ କୁମାର୍ ଏବଂ ପମ୍ପା ହରିଜନଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଆଶୁ ସହାୟତା ରେଡ୍ କ୍ରସ ପାଣ୍ଠିରୁ ଯୋଗାଇ ଦିଆଯାଇଥିଲା । ଆଜିର ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବନଖଣ୍ଡ ଅଧିକାରୀ ବନ୍ୟ ଜନ୍ତୁ- ମହାଦେବ ବଡାଇକ,ବନଖଣ୍ଡ ଅଧିକାରୀ କେନ୍ଦୁ ପତ୍ର - ସୁଶିଲ କୁମାର ନାୟକ,  ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଭାର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକସôାଧିକାରୀ ଡଃ ଲଳିତ ମୋହନ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ବିଡ଼ିଓ ରୋହିତ ଭୋଇ, ତହସିଲଦାର ପୁଷ୍ପାଞ୍ଜଳୀ ଦଣ୍ଡପାଟ, ଡେପୁଟି କଲେକ୍ଟର  ଶେଖ୍ ନସିମ  ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏଠାରେ  ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ,  ବ୍ଲକ ସ୍ତରୀୟ ଅଧିକାରୀ ଏବଂ  କର୍ମଚାରୀ ଉପସ୍ଥିତ ଥିଲେ ।  ଏହି ଅବସରରେ ଅଭିଯୋଗ ଶିବିର ପରିସରରେ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ  ଶିବିରର ଆୟୋଜନ ହୋଇଥିଲା ଯେଉଁଠାରେ ବିଶେଷଜ୍ଞ ଡଃ ରମେଶ ଚନ୍ଦ୍ର ପାଠକ, ଡଃ ଧନଞ୍ଜୟ ଭୁଏ ପ୍ରମୁଖ ଚିକିସôା ଯୋଗାଇ ଦେଇଥିଲେ କ୍ଷ ସେହିପରି ଜିଲ୍ଲା ମୂଖ୍ୟ ଚିକିସôାଳୟ ରେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ କରିଥିବାରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ର ବାର୍ଲାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।