ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା
ଯଖପୁରା: ଦାନଗଦୀ ମଣ୍ଡଳସ୍ତରୀୟ ବିଜ୍ଞାନ ମେଳା ପଙ୍କପାଳ ପଞ୍ଚାୟତ ବୀଣାପାଣି ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି । ମନୁଷ୍ୟ ଜୀବନରେ ବିଜ୍ଞାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମଣ୍ଡଳ ଶିକ୍ଷା ଅଧିକାରୀ ଶୁଭ୍ରାଂଶୁ ପୁହାଣ ନିଜର ବକ୍ତବ୍ୟରେ କହିଥିଲେ । ପ୍ରତ୍ୟେକ ଜିନିଷର ଅପଚୟକୁ କିପରି ରୋକି ପାରିବା ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଶକ୍ତି ହେଉ ଅଥବା ପାଣି, ମୃର୍ତିକାର ସଂରକ୍ଷଣ କିପରି କରିବା ତାହା ଉପରେ ମୁଖ୍ୟଅତିଥି ବଳରାମ ପତି ଅତିରିକ୍ତ ଶିକ୍ଷା ଅଧିକାରୀ କହିଥିଲେ । ଉତ୍ସବର ଅନ୍ୟତମ ଅତିଥି ବିଭୂତି ଭୂଷଣ ମିଶ୍ର, ନୃସିଂହ ଚରଣ ବେହେରା, କୁମାର ସେନ ସେନାପତି ବିଜ୍ଞାନ ଜୀବନ ଉପରେ ପ୍ରଭାବ ପକାଉଛି ତାହା ନୁହେଁ ପିଲାଙ୍କ ମଧ୍ୟରେ ବିଜ୍ଞାନ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏହି ବିଜ୍ଞାନ ମେଳାର ଉଦେ୍ଦଶ୍ୟ ବୋଲି ଅତିଥି ପ୍ରକାଶ କରିଥିଲେ । ବୀଣାପାଣି ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ୟୁଗପ୍ରଭା ସାବତ ପରିବେଶକୁ କିପରି ସୁରକ୍ଷିତ ରଖାଯିବ ଓ ପରିବେଶ ସୁରକ୍ଷା ରହିଲେ ମାନବ ସମାଜ ସୁରକ୍ଷିତ ରହିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ । ବୀଣାପାଣି ବିଦ୍ୟାପୀଠର ଛାତ୍ରଛାତ୍ରୀ ବିଜ୍ଞାନ ସମ୍ବନ୍ଧୀୟ ଉପରେ ଅନେକ ପ୍ରକଳ୍ପ ନିଜ ହସ୍ତରେ ତିଆରି କରି ଆଣିଥିଲେ । ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳାର ପ୍ରଥମ କୃତି ଛାତ୍ରୀ ଭାବେ ପ୍ରଗତି ପ୍ରିୟଦର୍ଶିନୀ ଭୂତିଆ, ଦ୍ୱିତୀୟ ସ୍ଥାନରେ ଇସରାତ୍ ଫତିମା, ତୃତୀୟ ସ୍ଥାନରେ ଓମ୍ ପ୍ରକାଶ ଜେନାଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବରେ ହିମାଂଶୁ ଭୁଷଣ ପୃଷ୍ଟି, ଦିଲ୍ଲୀପ କୁମାର ସାମଲ, ପଦ୍ମିନୀ ଶତପଥୀ, ବ୍ରଜମୋହନ ଜେନା, ପଙ୍କଜ କୁମାର ଜେନା, ସଚ୍ଚିଦାନନ୍ଦ ଭୁଟିଆ, ବୀଣାପାଣି ବିଦ୍ୟାପୀଠର ଶିକ୍ଷକ ମଦନ ମୋହନ ପରିଡା, ଶିକ୍ଷୟତ୍ରୀ କଳ୍ପନା ସାହୁ, ରାଜେଶ କୁମାର ସାହୁ, ଉଦୟ ଶଙ୍କର ରାଉତ, ସସ୍ମିତା ସାହୁ, ରୀନା ମଝି, ବାପି ଅମାନ୍ତ, ଦେବୀ ପ୍ରିୟା ଜେନା, ଦିପୁନ କୁମାର ଜେନା, ସିଦେ୍ଧଶ୍ୱର ସୋରେନ, ମାସୁରି ତିରିଆ, ଖଗେଶ୍ୱର ଦାସ, ତପନ କୁମାର ସାହୁ, ସଞ୍ଜୟ କୁମାର ସାହୁ, ସୁଦାମ ଚରଣ ସାହୁ, ଶାଶ୍ୱତୀ ଶତପଥୀ, ମନୋରମା ସାମଲ, ପ୍ରିୟଦର୍ଶିନୀ ମଲ୍ଲିକ, କବିତାରାଣୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଜ ମଲ୍ଲିକ ଓ ଦିଲ୍ଲୀପ କୁମାର ପରିଡାଙ୍କୁ ସମ୍ମାନିତ କରାଯାଇଥିଲା ।