ଯୁଦ୍ଧ ସମାଧାନ ନୁହେଁ : ଜାତିସଂଘ

ଯୁଦ୍ଧ ସମାଧାନ ନୁହେଁ : ଜାତିସଂଘ

ଯୁଦ୍ଧ ସମାଧାନ ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ଏମିତି କହିଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର । ସେ କହିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ନିନ୍ଦନୀୟ  । ଏନେଇ ସେ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ଶୋକ ପ୍ରକାଶ କରୁଛନ୍ତି । କିନ୍ତୁ ଯୁଦ୍ଧ ଏହାର ଉତ୍ତର ନୁହେଁ  । ମିଲିଟାରୀ ଯୁଦ୍ଧ ଏହାର ସମାଧାନ ନୁହେଁ । ଶାନ୍ତି ବଜାୟ ପାଇଁ ଜାତିସଂଘ ଉଦ୍ୟମ କରିବ । ଜାତିସଂଘର ଶାନ୍ତି କ୍ଷେତ୍ରରେ ଭାରତ-ପାକିସ୍ତାନର ଯୋଗଦାନ ରହିଆସିଛି । ଯେଉଁମାନେ ଆତଙ୍କବାଦୀ ଆକ୍ରମଣ ପାଇଁ ଦୋଷୀ ସେମାନଙ୍କୁ ଦଣ୍ଡ ଦେବା ଦରକାର । ଶାନ୍ତି ପ୍ରତିଷ୍ଠା ନିମନ୍ତେ ଉଭୟ ଦେଶ ଯାହା ଚାହିଁବେ ତାହା କରିବାକୁ ଜାତିସଂଘ ପ୍ରସ୍ତୁତ ଅଛି । ଆତଙ୍କବାଦୀ ଆକ୍ରମଣ ପାଇଁ ଉଭୟ ଦେଶ ମଧ୍ୟରେ ଶାନ୍ତି ବ୍ୟାହତ ରହିଛି ।