ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

 ନୀଳଗିରି :  ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ କେପିଲାଖରାଜ ପଞ୍ଚାୟତ  କେ ପି ମାହାଲ ଗ୍ରାମର ମଧୁସୂଦନ ମଲ୍ଲିକଙ୍କ ପୁଅ ଲିପୁନ୍ ଓରଫ ସୁନିଲ ମଲ୍ଲିକ (୨୯)ଙ୍କ ମୃତ ଦେହ ଏକ ଆକାସୀଆ ଗଛରେ ଝୁଲୁଥିବାର ମଙ୍ଗଳବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ  । ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲକୁ  ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ନୀଳଗିରି ଥାନା ପକ୍ଷରୁ  ୧୮/୨୦୨୫ରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରାଯାଇଛି  । ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତୁ୍ୟର କାରଣ ଜଣା ପଡିବ ବୋଲି ପୁଲିସ କହିଛି  ।