ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା; ଅଭିଯୁକ୍ତ ଗିରଫ

ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା; ଅଭିଯୁକ୍ତ ଗିରଫ

  • ଭୁବନେଶ୍ୱର,୧୬ା୯ : ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟର ଆଉଟ୍ ହାଉସ ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହକୁ ଖଣ୍ଡଗିରି ପୁଲିସ ଉଦ୍ଧାର ଘଟଣା । ଫେରାର ଅଭିଯୁକ୍ତ ପ୍ରେମିକକୁ  ଗଞ୍ଜାମରୁ ଗିରଫ କଲା ପୁଲିସ । ଗିରଫ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ପ୍ରିୟରଞ୍ଜନ ପାତ୍ର । ସେ ଘଟଣା ପରଠାରୁ କେଉଁଆଡେ ଫେରାର ହୋଇଯାଇଥିଲା । ଖବର ପାଇ ଯୁବତୀଙ୍କ ପରିବାର ଲୋକେ ଦାମନଯୋଡ଼ିରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ସହ ପୁରୁଷ ବନ୍ଧୁ ପ୍ରିୟରଞ୍ଜନ ହତ୍ୟା କରିଥିବା ନେଇ  ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ଆଜି ଅଭିଯୁକ୍ତ ପ୍ରିୟରଞ୍ଜନକୁ ଆଜି ଗିରଫ କରି ଭୁବନେଶ୍ୱର ଅଣାଯାଇ କୋର୍ଟ ଚାଲାଣ କରାଯାଇଛି ।
     ସୂଚନା ଅନୁଯାୟୀ, ଅଭିଯୁକ୍ତ ପ୍ରିୟରଞ୍ଜନ ପାତ୍ର ଅଭିଯୋଗକାରିଣୀଙ୍କ ପୀଡ଼ିତା ଝିଅକୁ ଗତ ୨୦୧୬ ମସିହାରୁ ଭଲପାଇ ଆସୁଥିଲେ । ପୀଡ଼ିତା ଜଣକ ଗତ ଫେବୃୟାରୀ ମାସ ୧୯ ତାରିଖ ସକାଳୁ ଅଭିଯୁକ୍ତ ସହିତ ଘରୁ ଲୁଚି ପଳାଇଯାଇ ନୋଟାରୀରେ ବିବାହ କରିବା ସହିତ ଏକାଠି ରହିଥିଲେ । ବିବାହ ପରେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ବିଭିନ୍ନ ଉପାୟରେ ନିୟମିତ ଭାବେ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏଥିଯୋଗୁଁ ସେ ଗତ ଏପ୍ରିଲ ମାସରେ ଦାମନଯୋଡିରେ ଥିବା ନିଜ ଘରକୁ ପଳାଇ ଯାଇଥିବା ବେଳେ, ପରିବାର ସଦସ୍ୟ ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ନେଇଆସିଥିଲେ ଏବଂ ପୀଡ଼ିତାଙ୍କ ଅନିଚ୍ଛା ସତ୍ୱେ ତାଙ୍କୁ ଖଣ୍ଡଗିରି ଅଞ୍ଚଳରେ ଥିବା ତୃଷ୍ଟି ଆପାର୍ଟମଣ୍ଟର ଏକ ଭଡା ଘରେ ରଖିଥିଲେ । କିନ୍ତୁ ପୀଡ଼ିତା ଜଣକ ସର୍ବଦା ଚାହୁଁଥିଲେ କି ଅଭିଯୁକ୍ତ ତାଙ୍କୁ ନେଇ କଳିଙ୍ଗନଗର ସ୍ଥିତ ନିଜ ଘରେ ରହିବାକୁ । ହେଲେ କିଛିଦିନି ପରେ ଅଭିଯୁକ୍ତଙ୍କର ଅନ୍ୟ ଜଣେ ପୁରୁଣା ବାନ୍ଧବୀ ଅଭିଯୁକ୍ତଙ୍କ କଳିଙ୍ଗନଗର ସ୍ଥିତ ଘରେ ରହୁଥିବାର ଜାଣିବା ପରେ ସେ ଏହାକୁ ନେଇ ପ୍ରଶ୍ନ କରିଥିଲେ । ଯାହାଫଳରେ ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ନିୟମିତ ଝଗଡା ହେଉଥିଲା । ହଠାତ ଗତ ୧୨ ତାରିଖ ସନ୍ଧ୍ୟାରେ ପୀଡ଼ିତାଙ୍କ ମୃତଦେହ ସମ୍ପୃକ୍ତ ଭଡ଼ାଘରର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗତ ୧୩ ତାରିଖ ଦିନ ଝିଅର ମୃତୁ୍ୟ ଖବର ପାଇବା ପରେ, ଅଭିଯୋଗକାରୀ ଜଣଙ୍କ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।