ଯୁବ କଂଗ୍ରେସ ପକ୍ଷରୁ ପ୍ରଭାତୀଙ୍କ ବାସଭବନ ଘେରାଉ


ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ନେତୃ ବର୍ଗ ଆଜି ନିମାପଡା ପୀଡ଼ିତାର ପରିବାରଙ୍କୁ ଏମ୍ସ୍ ଡାକ୍ତରଖାନାରେ ସାକ୍ଷାତ କରିଥିଲେ ।  ନିମାପଡା ନାବାଳିକାକୁ ଦୁର୍ବୃତ୍ତମାନେ ଜିଅନ୍ତା ପୋଡିବା ପ୍ରସଙ୍ଗରେ ଯୁବ କଂଗ୍ରେସର କର୍ମକର୍ତ୍ତା ମାନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସରକାରୀ ବାସଭବନ ଘେରଉ କରିଥିଲା । ‘ମହିଳାଙ୍କୁ ନ୍ୟାୟ ଦିଅ’, ‘ମହିଳା ଅତ୍ୟାଚର ବନ୍ଦ କର’ ଓ ‘ପ୍ରଭାତୀ ପରିଡ଼ା ଇସ୍ତଫା ଦିଅ’ ସ୍ଲୋଗାନ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ପ୍ରଭାତି ପରିଡାଙ୍କ ଫାଟକ ପାଖରେ ବସିଥିଲେ । ପୁଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣା ସ୍ଥଳରେ ଗିରଫ କରିଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର କହିଛନ୍ତି ଯେ, ନାରୀ ସୁରକ୍ଷାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଫମ୍ପା ଭାଷଣ ମାରୁଛନ୍ତି । କାରଣ ତାଙ୍କ ନିର୍ବାଚନ ମଣ୍ଡଳୀରେ ମହିଳା ଅସୁରକ୍ଷିତ । ନିମାପଡା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଳଙ୍ଗା ଥାନା ଅଧିନରେ କିଛି ଦୁବୃତ୍ତ ଜଣେ ନାବାଳିକାକୁ ପେଟ୍ରୋଲ ଢ଼ାଳିପୋଡ଼ି ଦେଇଛନ୍ତି । ନାବାଳିକା ଏମ୍ସ୍ରେ ଭର୍ତ୍ତି ହୋଇଛି । ସରକାର ନାବାଳିକାର ପରିବାରକୁ ଦୁଇକୋଟିଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଦାବିକରିବାସହ ଅପରାଧିଙ୍କୁ ତୁରନ୍ତ ଗିରଫ କରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବିକରିଛି ଯୁବ କଂଗ୍ରେସ  ।