ଯୋଜନରେ ଯୋଡି ହେଲା ନୀଳକଣ୍ଠପୁର
ଢେଙ୍କାନାଳ : ଭୁବନେଶ୍ୱର ଜନତା ମଇଦାନରୁ ଆଭାସୀ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ହେବା ନେଇ ଘୋଷଣା କରି ଏହି ଯୋଜନର ଶୁଭାରମ୍ଭ କରିଛନ୍ତି । ଏହି ଗ୍ରାମରେ ସର୍ବ କନିଷ୍ଠ ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ ଜନ୍ମ ଗ୍ରହଣ କରିଥିଲେ । ସେ ମାତ୍ର ୧୨ ବର୍ଷ ବୟସରେ ଇଂରେଜ ସୈନିକଙ୍କ ଗୁଳିରେ ସହିଦ ହେଇଥିଲେ । ତାଙ୍କ ସ୍ମୃତି ଓ ବଳିଦାନ ପାଇଁ ଏହି ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠି, ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଆୟୁଷି ମହାପାତ୍ର, ନୀଳକଣ୍ଠପୁର ଗ୍ରାମର ଅଧିବାସୀ, ସ୍ଥାନୀୟ ଜନସାଧାରଣ ଓ ସାମ୍ବାଦିକ ବନ୍ଧୁଗଣ ଯୋଗ ଦେଇଥିଲେ ।