ରଥ ଟଣା ନେଇ ମକ୍ଡି୍ରଲ୍
ପୁରୀ : ରଥଯାତ୍ରା ଅବ୍ୟବହିତ ପୂର୍ବରୁ ରଥ ଟଣା ସଂପର୍କିତ ମକ୍ଡ଼ି୍ରଲ୍ ରିଜର୍ଭ ପୁଲିସ ଲାଇନ୍ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ରଥଟଣା ଯିବା ପ୍ରକ୍ରିୟା ବ୍ୟବସ୍ଥା ଓ କର୍ଡ଼ନର ସଠିକ୍ ପରିଚାଳନା ଉଦେ୍ଦଶ୍ୟରେ କରାଯାଇଥିବା ଏହି ମକ୍ଡ଼୍ରିଲ୍ରେ ତିନୋଟି ଜିପ୍କୁ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର ପ୍ରତୀକ ରୂପେ ଟଣାଯାଇଥିଲା । ରଥଟଣା ସମୟରେ ରଥ ଆଗରେ କ୍ଲିୟରାନ୍ସ ଟିମ୍, ପରେ ଡ଼୍ରାଗିଂ ଟିମ୍ ଓ କର୍ଡ଼ନ ଟିମ୍ ରଥ ଚତୁଃପାଶ୍ୱର୍ରେ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ମୁତୟନ କରାଯିବ । ରଥ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ଏଡ଼ିଜି ଓ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ଏହି ମକ୍ଡ଼୍ରିଲ କରାଯାଇଛି ।