‘ଅନନ୍ୟା’ର ନାଟକ ‘ହାଉସ୍ ୱାଇଫ୍’
ଭୁବନେଶ୍ୱର : କିଛି ବର୍ଷର ବ୍ୟବଧାନ ପରେ ‘ଅନନ୍ୟା’ର ନାଟକ ଉତ୍ସବ ଭଞ୍ଜ ମଣ୍ଡପରେ ଅଭିନୀତ ହୋଇଯାଇଛି । ‘ହାଉସ୍ ୱାଇଫ୍’ । ଅଜୟ ମହାପାତ୍ରଙ୍କର ଗଳ୍ପକୁ ନାଟ୍ୟ ରୂପ ଦେଇଥିଲେ ବିଜୟ କୁମାର ମହାନ୍ତି, ନିଦେ୍ର୍ଦଶନା ଦେଇଥିଲେ ମାନୁ ପଟ୍ଟନାୟକ । ସଙ୍ଗୀତ-ଶକ୍ତି ମିଶ୍ର, ବେଶଭୂଷା-ବା‚ାନିଧି ପଟ୍ଟନାୟକ । ମାନୁ,ସୁନୀଲ, କୃଷ୍ଣ, ଦେବେନ୍ଦ୍ର, ରାଜେଶ, ନିବେଦିତା, ଜ୍ଞାନ, ସୂର୍ଯ୍ୟ, ବିନ୍ଦୁ ଏବଂ ସୁରେଖା ପ୍ରଭୃତି କଳାକାରମାନେ ଅତି ନିଖିଣ ଭାବରେ ଅଭିନୟ କରିଥିଲେ । ପରିବାରର ସୁଖ ଦୁଃଖକୁ ନେଇ ରଚିତ ନାଟକଟି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।