ରାଜନଗରରେ ଝାଡାବାନ୍ତି : ସ୍ୱାସ୍ଥ୍ୟକେନ୍ଦ୍ରରେ ୧୨ରୁ ଊଦ୍ଧ୍ୱର୍ ରୋଗୀ
ରାଜନଗର : ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ସକାଳଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ୧୨ଜଣ ଆକ୍ରାନ୍ତ ରୋଗୀ ଚିକିସôିତ ହୋଇଥିବା ସୂଚନା ମିଳିଛି । ସବୁଠାରୁ ବଡକଥା ହେଲା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିସôା ପାଇଁ ଆସୁଥିବା ଝାଡାବାନ୍ତି ଆକ୍ରାନ୍ତଙ୍କ ତଥ୍ୟ ସଠିକ୍ ମିଳୁନାହିଁ । ଏହି ବ୍ଲକ ମହୁଲିଆ ପଞ୍ଚୟତ ବାଘତୈ÷ଳା ଗ୍ରାମର ଲତା ଯେନା(୫୨), ଓସ୍ତିଆ ପଞ୍ଚାୟତ ଭଗବାନପୁର ଗ୍ରାମର ମଲିଲତା ଜେଠି(୬୦), ରାଜନଗର ଗ୍ରାମର ଉର୍ମିଳା ଲେଙ୍କା(୫୦), କୋଇଲିପୁର ପଚାଂୟତ ତେତେଲଙ୍ଗା ଗ୍ରାମର ପୁଷ୍ପଲତା ମଲ୍ଲିକ(୨୬)ଙ୍କ ସହ ଅନ୍ୟ ୮ଜଣ ଝାଡାବାନ୍ତି ରୋଗୀ ଚିକିସôିତ ହୋଇଥିବା ଜଣାପଡିଛି । ବ୍ଲକ ତଥା ବ୍ଲକ ବାହାରୁ ବିଶେଷକରି ମହାକାଳପଡା ବ୍ଲକର ଲାଂଜୁଡା, ଗୋଗୁଆ ଓ ପଟ୍ଟାମୁଣ୍ଡାଇ ବ୍ଲକର ଔପଦା, ସଂସାରଫଳ ପଚାଂୟତରୁ ମଧ୍ୟ ଝାଡାବାନ୍ତି ରୋଗୀ ଆସୁଛନ୍ତି । ଏହି ବ୍ଲକର ବିଭିନ୍ନ ଗ୍ରାମରୁ ଝାଡାବାନ୍ତି ରୋଗୀ ଚିକିସôିତ ହୋଇ ଫେରିଛନ୍ତି ।