କଲେଜରେ ବିଦାୟୀ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା  : ତୁଳସୀ ମହିଳା କଲେଜର ଅଧ୍ୟକ୍ଷ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ଆଗାମୀ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ପ୍ରଫେସର୍ ସାହୁଙ୍କୁ ତାଙ୍କ ନିଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ କଲେଜର ଶୈକ୍ଷିକ ଅଧିକାରୀ ତଥା ଶିକ୍ଷକ-କର୍ମଚାରୀ ପରିଷଦର ସମ୍ପାଦକ ଡ. ମଥୁରୀ ଚରଣ ନାୟକ, ପ୍ରଶାସନିକ ଅଧିକାରୀ ଜ୍ୟୋତ୍ସ୍ନାମୟୀ ପତି, ସହ ଶୈକ୍ଷିକ ଅଧିକାରୀ ଡ. ପଦ୍ମଜା କବି ଶତପଥୀ, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ. ମମତା ସାହୁ ମଂଚାସୀନ ହୋଇ ପ୍ରଫେସର ସାହୁଙ୍କ ନିଷ୍ଠାପରତା, କର୍ମ ତତ୍ପରତା ତୁଳସୀ ମହିଳା କଲେଜରେ ତାଙ୍କ କର୍ମମୟ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପିକା ଡ. ଏଲୋରା କବି, ସବିତା ଦାସ, ଅଧ୍ୟାପିକା ପ୍ରଜ୍ଞା ମହାନ୍ତି, ଅଧ୍ୟାପିକା ଗାୟତ୍ରୀ ନାୟକ, ଅଧ୍ୟାପକ ରାମଚନ୍ଦ୍ର ସୁଆର ପ୍ରଫେସର୍ ସାହୁଙ୍କ ଶିକ୍ଷାଦାନ, ପ୍ରଶାସନିକ ଦକ୍ଷତା, କର୍ମଚାରୀ ଓ ଛାତ୍ରୀଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ ପ୍ରଫେସର ସାହୁଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।