‘ମା ପାଇଁ ଗଛଟିଏ' ଅଭିଯାନ ଆରମ୍ଭ

 ରାଜକନିକା : ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜକନିକା ବ୍ଲକର ତିନି ସ୍ଥାନରେ ବୃକ୍ଷ ରୋପଣ କରାଯାଇ ‘ମା ପାଇଁ ଗଛଟିଏ' ଅଭିଯାନର ଶୁଭାରମ୍ଭ କରାଯାଇଛି । ରାଜକନିକା ବ୍ଲକ ଅନ୍ତର୍ଗତ କଣ୍ଟପଡା ପଞ୍ଚାୟତର କୋଠସାହି, ତରାସ ପଞ୍ଚାୟତର ଗୁଆଳିଗାଁ ଓ ଜାଗୁଳାଇପଡା ପଞ୍ଚାୟତର ଗଞ୍ଜା ଗ୍ରାମରେ ତିନୋଟି ସ୍ଥାନରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । ବିଶ୍ୱ ପର୍ଯ୍ୟାବରଣ ଦିବସ ଜୁନ୍ ୫ ତାରିଖ ଠାରୁ ଆରମ୍ଭ କରି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ "ମା ପାଇଁ ଗଛଟିଏ’ ଅଭିଯାନ ସାରା ଦେଶ ବ୍ୟାପି ଚାଲୁ ରହିଛି । କାର୍ଯ୍ୟକ୍ରମରେ ରାଜକନିକା ସଦର ମଣ୍ଡଳ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ପୂର୍ବ କନିକା ମଣ୍ଡଳ ସଭାପତି ଦିଲୀପ ପରିଡା ଓ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରେୟସ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଅଭିଯାନରେ ନେତା କର୍ଣ୍ଣରାଜ ବାରିକ, ଆଇନଜୀବୀ ଅଶୋକ ସାମଲ, ନେତା ସୁଧୀର  ବେହେରା, ରାଜେନ୍ଦ୍ର ବେହେରା, ନିହାର ରଞ୍ଜନ ସ୍ୱାଇଁ, ଦୀପକ ମଲ୍ଲିକ, ଶୁଭ୍ରଜିତ ବିଶ୍ୱାଳ, ସଞ୍ଜୟ ରାଉତ, ତରାସ ପଞ୍ଚାୟତ ସଭାପତି ଭରତ ଚନ୍ଦ୍ର ବାରିକ, ବିଜୟ ସାହୁ, ସୁମନ୍ତ ନାୟକ, ସୁଜିତ ବେହେରା, ସୋମନାଥ କର, ଦେବଜ୍ୟୋତି ଜେନା, ନିଲୁ ରାଉତ ଓ ଗୁରୁପ୍ରସାଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।