ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର
ରାଜନଗର : ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମିଳିବ କାୟାକଳ୍ପ ପୁରସ୍କାର । ଚଳିତ ବର୍ଷ ରାଜ୍ୟରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୧୨ତମ ସ୍ଥାନରେ ରହିଛି । ଚଳିତ ବର୍ଷ ଜାନୁୟାରୀ ୧୭ତାରିଖରେ କାୟାକଳ୍ପ ଟିମ୍ ପହଞ୍ଚô ଅନୁଧ୍ୟାନ କରିଥିଲେ । ଡାକ୍ତର ସୁଭାଶିଷ ମହାନ୍ତ, ପ୍ରାଣଗୋପାଳ ଦାସ ଓ ଦିବ୍ୟଜ୍ୟୋତି ମହାପାତ୍ର ତିନିଜଣିଆ ଟିମ୍ ସହ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଏଡିଏମ ଡାକ୍ତର ସଚ୍ଚିଦାନନ୍ଦ ମିଶ୍ର ଓ ଡାକ୍ତର ନୂପେନ ଶତପଥୀ, ଡିପିଏମ ଗୀତାଳୀ ଦାସ ଓ ଅମିତ ପଣ୍ଡା ସାମିଲ ହୋଇଥିଲେ । ଏହି ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରର ସୈ÷ାନ୍ଦର୍ଯ୍ୟକରଣ, ବର୍ଜ୍ୟବସ୍ତୁ ପରିଚାଳନା, ଲୋକମାନଙ୍କ ପାଇଁ ସଚେତନତା ବାର୍ତ୍ତା, ସ୍ୱଛ ଭାରତ ଅଭିଯାନ, ଇକୋଫ୍ରେଣ୍ଡଲୀ, କ୍ଲିନିକାଲ ଷ୍ଟାଫଙ୍କର କାର୍ଯ୍ୟକଳାପ ଓ ରେକର୍ଡପତ୍ର ପ୍ରଭୃତି ସଂପର୍କରେ ଅନୁଧ୍ୟାନ କରି ଫେରିଯାଇଥିଲେ । କାୟାକଳ୍ପ ପୁରସ୍କାର ତାଲିକାରେ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ୩୩ ତମ ସ୍ଥାନରେ ଥିବା ବେଳେ ଆଳି ୪୧, ଇନ୍ଦୁପୁର ୫୧, ଡେରାବିଶ ୫୭, ମାର୍ଶାଘାଇ ୬୨, ମହାକାଳପଡା ୯୭, ରାଜକନିକା ୯୯ ସ୍ଥାନରେ ରହିଛି ।